RTI କର୍ମୀଙ୍କୁ ସୂଚନା ନଦେବା ପଡିଲା ମହଙ୍ଗା : ବାଲେଶ୍ବର ତତ୍କାଳୀନ ଏ ନୀତି ଶେଖରଙ୍କୁ ଲକ୍ଷେ ଟଙ୍କା ଜରିମାନା

ଜେ ବି ଏନ, ୨୨/୦୧ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), ଭୁବନେଶ୍ବର /ସୋର : ଆରଟିଆଇ କର୍ମୀଙ୍କୁ ସୂଚନା ନଦେବାରୁ ତତ୍କାଳୀନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ୧ ଲକ୍ଷ ଟଙ୍କା ଜୋରିମନା କରାଯାଇଛି । ୨୦୧୬ ମସିହାରେ ସିମୁଳିଆ , ଖଇରା , ସୋର ଥାନାରେ ଏକ କାଳୀନ ୩ ଟି ମାମଲା ଘଟଣାରେ ଭୋଗରାଇ ଅଂଚଳର ସୁବ୍ରତ ବେହେରାଙ୍କୁ ଗିରଫ ଘଟଣାରେ ଆରଟିଆଇ କର୍ମୀ ବନଜା ମଞ୍ଜରୀ ମିଶ୍ର ତତ୍କାଳୀନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ଆରଟିଆଇ ଆକ୍ଟରେ ତଥ୍ୟ ମାଗିଥିଲେ । ତତ୍କାଳୀନ ଏସପି କୌଣସି ତଥ୍ୟ ନଦେବାରୁ ବନଜା ୨୦୧୭ ମସିହାରେ ଭୁବନେଶ୍ବର ରାଜ୍ୟ ସୂଚନା କମିଶନରଙ୍କ ଦ୍ବାରସୁ ହୋଇଥିଲେ । ସୂଚନା କମିଶନର ୧୧ ଗୋଟି ତାରିଖ ରଖୁଥିଲେ ମଧ୍ୟ ତତ୍କାଳୀନ ଏସପି ହାଜର ହୋଇନଥିଲେ କିମ୍ବା ସୂଚନା ପ୍ରଦାନ କରି ନ ଥିଲେ । ସେହି ମାମଲାରେ ସୂଚନା କମିଶନର ସୁଶୀଲ କୁମାର ମିଶ୍ର ରାୟର ଶୁଣାଣି କରି ତତ୍କାଳୀନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ଲକ୍ଷେ ଟଙ୍କା ଜରିମାନା ଦେବା ସହିତ ୭ଦିନ ମଧ୍ୟରେ ବନଜାଙ୍କୁ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାୟ ପ୍ରକାଶ ପରେ ବନଜା ନ୍ୟାୟ ପାଇବା ସହିତ କୌଣସି ବ୍ୟକ୍ତି କୌଣସି ଘଟଣାରେ ସୂଚନା ନପାଇଲେ ସୂଚନା କମିଶନରଙ୍କଠାରେ ନ୍ୟାୟ ପାଇବା ପାଇଁ ଆବେଦନ କରିବାକୁ ନିବେଦନ କରିଛନ୍ତି ।



