
ମା ଦକ୍ଷିଣ କାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ
ବଲାସିଂହା କ୍ରିକେଟ ଏକାଦଶ ଚମ୍ପିଆନ
(ଜେ ବି ଏନ /ଚୈତନ୍ୟ ସାହୁ) ୨୨/୦୧/୨୦୨୧ ଅନୁଗୋଳ : ଅନୁଗୋଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ପଞ୍ଚାୟତ ଖଣ୍ଡହତା କ୍ରିକେଟ ପଡିଆ ଠାରେ ମା ଦକ୍ଷିଣ କାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।

ଏହି ୧୩ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ବିଧାନସଭାର ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳର ଯୁବନେତା ଅରୁଣାଭ ସିଂହ ଓ ସମ୍ମାନୀତ ଅତିଥି ଭାବେ ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ଅନୁଗୋଳ ବ୍ଲକ ଯୁବ ବିଜେଡି ସଭାପତି ରାକେଶ ନନ୍ଦ, ସାଧୁଚରଣ ସାହୁ, ଯୁଧିଷ୍ଠିର ସାହୁ, ଦୀପକ କୁମାର ପ୍ରଧାନ, ଶରତ କୁମାର ସାହୁ, ଟୁନା ବାରିକ ପ୍ରମୂଖ ଉପସ୍ଥିତ ରହି ଏହି ଉଦଯାପନୀ ଦିବସକୁ ଉପଭୋଗ କରିଥିଲେ।

ଏହି ଫାଇନାଲ୍ ମ୍ୟାଚ ବଲାସିଂହା ଓ କୁମୁରିସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ଟି ୨୦ ଓଭର ବିଶିଷ୍ଟ ଥିଲା। କୁମୁରିସିଂହା ପ୍ରଥମେ ବ୍ୟାଟିଂ କରି ୭୯ ରନ କରି ଅଲ ଆଉଟ ହୋଇଯାଇଥିଲେ ଏବଂ ଦ୍ଵିତୀୟ ଇଂନିସ ବଲାସିଂହା ଅତି ସଂଘର୍ଷର ସହ ଖେଳି ଚମ୍ପିଆନ ହୋଇଥିଲା। ଶହ ଶହ ସଂଖ୍ୟାରେ ଦର୍ଶକ ମନଭରି ଉପଭୋଗ କରିଥିଲେ ଏହି ଫାଇନାଲ୍ ମ୍ୟାଚ କୁ। ଚମ୍ପିଆନ ଟ୍ରଫି ହାସଲ କରିଥିବା ଦଳକୁ ୧୦, ୦୦୦ ଟଙ୍କାର ଅର୍ଥ ରାଶି ଓ ରନର୍ସ ଅପ ଟ୍ରଫି ହାସଲ କରିଥିବା ଦଳକୁ ୬୦୦୦ ଟଙ୍କାର ଅର୍ଥ ରାଶି ଦକ୍ଷିଣ କାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା। ଦକ୍ଷିଣ କାଳୀ କ୍ରିକେଟ କ୍ଲବର ସଦସ୍ୟ ମାନେ ଏହି ଖେଳଟିକୁ ପରିଚାଳନା ଓ ଆୟୋଜନ କରିଥିଲେ।



