
ବୀର୍ ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ୧୨୫ ତମ ଜୟନ୍ତୀ ପାଳନ
ଜେ. ବି. ଏନ୍ (୨୩/୦୧ /୨୦୨୧) ଢେଙ୍କାନାଳ : ଆଜି ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଦୁଇ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଦେଶ ଭକ୍ତ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ୧୨୫ ତମ ଜୟନ୍ତୀ ପାଳିତ ହୋଇଅଛି। ଏହି ଜୟନ୍ତୀ ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରିମତୀ ମୀନତି ଦେହୁରୀ ଦୁଇ ମହାନ ନେତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ପାତ୍ର, ସ୍ନେହଲତା ତ୍ରିପାଠୀ, ସୁଲେଖା ରାଉତ, ଜୟନ୍ତୀ ରଥ, ମୀନା କୁମାରୀ ମିଶ୍ର, ଉର୍ମିଳା କୁମାରୀ କର, ଶର୍ମିଷ୍ଠା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ମାନେ କୋଭିଡ ନିୟମ ପାଳନ କରି ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଧୂପ ଓ ଦୀପ ପ୍ରଦାନ କରିଥିଲେ।



