ବ୍ରହ୍ମପୁର ଡିଭିଜନର ପ୍ରଥମ ଫାଇବ୍ ଷ୍ଟାର ଭିଲେଜ ମର୍ଦ୍ଦକୋଟ

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୨୫.୦୧.୨୦୨୧) -: ଭାରତୀୟ ଡାକ ବିଭାଗ ତରଫରୁ ବ୍ରହ୍ମପୁର ଡିଭିଜନ କୋଦଳା ଡାକ ବିଭାଗ ଅନ୍ତର୍ଗତ ମର୍ଦ୍ଦକୋଟ ଶାଖା ଡାକପାଳ ମର୍ଦ୍ଦକୋଟ ଗ୍ରାମକୁ ଫାଇବ୍ ଷ୍ଟାର ଭିଲେଜ ସମ୍ମାନ ଆଣିପାରିଛନ୍ତି । ଡାକପାଳ କୀର୍ତ୍ତନ ନାୟକଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଗ୍ରାମର ପ୍ରତି ଘରକୁ ଡାକ ବିଭାଗ ତରଫରୁ ସେଭିଙ୍ଗ ଆକାଉଣ୍ଟ, SSA, IPPB, RPLI/PLI, PMSBY, ଭଳି ଅନେକ ଡାକ ସୁବିଧା ମିଳିଛି । ଯାହା ଫଳରେ ବ୍ରହ୍ମପୁର ଡିଭିଜନର ପ୍ରଥମ ଫାଇବ୍ ଷ୍ଟାର ଭିଲେଜ ସମ୍ମାନ ମର୍ଦ୍ଦକୋଟ ଗ୍ରାମକୁ ମିଳିଛି । ମର୍ଦ୍ଦକୋଟ ଡାକ ବିଭାଗର ଡାକପାଳ କୀର୍ତ୍ତନ ନାୟକଙ୍କୁ ପୂର୍ବରୁ ଡାକ ବିଭାଗର ସର୍ବୋଚ୍ଚ ସମ୍ମାନ ମେଘଦୂତ ସମ୍ମାନରେ ସମ୍ମାନିତ ହୋଇଥିଲେ । ଆଉ ଏବେ ଏହିଭଳି ଗୌରବର ଅଧିକାରୀ ହୋଇଥିବାରୁ ମର୍ଦ୍ଦକୋଟ ଡାକପାଳଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।



