ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଜେ ବି ଏନ, ୨୫/୦୧ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ୧୦ ନଂୱାର୍ଡର ଭୋଟପଡା ଫୁଟବଲ ଟିମ ଆନୁକୂଲ୍ୟରେ ଟୁନା ବେହେରା ଓ ଅନିରୁଦ୍ଧ ନାୟକ ଟ୍ରଫି ଉଦଯାପିତ ହୋଇ ଯାଇଛି।ମା ଦରିଆଣୀ କ୍ଲବର ସଭାପତି ଦାଶରଥି ନାୟକ ଓ ସମ୍ପାଦକ କାଳନ୍ଦୀ ନାୟକଙ୍କ ତତ୍ୱାବଧାନରେ ଭୋଟପଡା ଫୂଟବଲ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ଏହି ଟ୍ରାଫିକୁ ବିଜେପି ରାଜ୍ୟ ଏସସି ମୋର୍ଚ୍ଚାର ପୂର୍ବତନ ସାଧାରଣ ସମ୍ପାଦକ ଜଳନ୍ଧର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ।ସମୁଦାୟ ୮ଟି ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ।ଚମ୍ପା ନାହାକାଣି ଫୁଟବଲ ଟିମ ପଦ୍ମ କେଶରୀପୁର ବିଜୟ ଲାଭ କରି ଟ୍ରଫି ହାସଲ କରିଥିବା ବେଳେ ସୁପ୍ରିମ ଫୁଟବଲ ଟିମ ବରାହିପୁର ରନର୍ସ ଅପ ହୋଇଥିଲା।ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ବିଜୟୀ ଦକକୁ ଟ୍ରଫି ପ୍ରଦାନ କରିଥିଲେ।ମା ଦରିଆଣୀ କ୍ଲବର ସଦସ୍ୟଙ୍କ ସମେତ ଭୋଟପଡା ଗ୍ରାମବାସୀ ମାନେ ସହଯୋଗ କରିଥିଲେ।




