ପୂର୍ବତନ ବ୍ଳକ ଅଧ୍ୟକ୍ଷ ଦେବରାଜ ସାହୁ ଙ୍କ ହତ୍ୟା ମାମଲା ର ପର୍ଦ୍ଦାଫାସ :୫ ଅଭିଯୁକ୍ତ ଗିରଫ ।

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୨୫.୦୧.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଗତ ଜାନୁଆରୀ ୨୦ ତାରିଖରେ ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ଦେବରାଜ ସାହୁଙ୍କୁ ସୁମଣ୍ଡଳ ଛକରେ ସକାଳ ପ୍ରାୟ ୮ଘଣ୍ଟ ୩୦ ମିନିଟ୍ ସମୟରେ ଚା ଦୋକାନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ସଂପୃକ୍ତ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଆଜି ଛତ୍ରପୁର ଠାରେ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ସତ୍ୟବ୍ରତ ଭୋଇ,ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, ହତ୍ୟା ଘଟଣାର ଖୁଲାସା କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିଲା ହତ୍ୟା କାଣ୍ଡ ବୋଲି ସୂଚନା ମିଳିଛି । ଅଭିଯୁକ୍ତଙ୍କ ଠାରୁ ୩ ପିସ୍ତଲ,୩ ମେଗାଜିନ୍,୬୨ ଜୀବନ୍ତ ଗୁଳି ଜବତ କରିବା ସହ ବ୍ଯବହୃତ ଟାଟା ଇଣ୍ଡିଗୋ କାର ଓଡି୦୭ କେ ୩୪୮୪ ,ତିନୋଟି ମୋବାଇଲ୍ ଫୋନ୍ ଏବଂ ନଗଦ ୩୫୦୦ଟଙ୍କା ମଧ୍ୟ ଜବତ ହୋଇଛି । ଅଜୟ ବାରିକ, ବଳରାମ ପରିଡା,ପବନା ପାହାନ,ପ୍ରଶାନ୍ତ ସ୍ବାଇଁ ଓ ଗଗନ ବିଶ୍ବାଳଙ୍କୁ ଗରିଫ ହୋଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏଏସପି ଠାକୁର ପ୍ରସାଦ ପାତ୍ର, ଓ ପୁରୁଷୋତ୍ତମପୁର ଏସ୍ ଡି ପିଓ ସୀମା ସ୍ଵାଇଁ, ଛତ୍ରପୁର ଏସଡିପିଓ ଗୌତମ କିଷାନ, କୋଦଳା ଥାନା ଅଧିକାରୀ, ଦେବାଶିଷ ମହାନ୍ତି, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସମେତ ଅନ୍ୟାନ୍ୟ ଥାନା ଓ ଫାଣ୍ଡି ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।



