ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ଙ୍କ ଆତ୍ମହୁତି ଉଦ୍ୟମ

ଜେ ବି ଏନ, ୨୫/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା ସୂଚନା ଅନୁଯାଇ ତାଳଚେର ଗୋବରା ଗ୍ରାମର ଦମୟନ୍ତି ବେହେରା ଆଜି ଅନଗୁଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଦେଉଥିବା ସମୟ ରେ ପୁଲିସ ତାଙ୍କୁ କାବୁ କରିଛନ୍ତି ଘଟଣା ରୁ ପ୍ରକାଶ ଯେ ପାରିବାରିକ ଜମିଜମା ଗଣ୍ଡଗୋଳ କୁ ନେଇ ଦମୟନ୍ତି ଆଗରୁ ଗ୍ରାମ କମିଟି ,ପଂଚାୟତ , ଥାନା , ଉପଜିଲ୍ଲାପାଳ ,ତହସିଲଦାର ,ଏସପି ଙ୍କ ପାଖକୁ ଲିଖିତ ଦରଖାସ୍ତ କରିଥିଲେ ହେଲେ ବହୁବାର ଲିଖିତ ଅଭିଯୋଗ ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ଦମୟନ୍ତି ।ସେ ୩୦ ବର୍ଷ ହେଲା ବିବାହ କରିଥିଲେ କିନ୍ତୁ ଦୁର୍ଭାଗ୍ୟ କୁ ୧୪ ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ଙ୍କ ଦେହାନ୍ତ ହୋଇସାରିଛି ତାଙ୍କର ଏକ ପୁତ୍ର ବେମାର ରହୁଥିବା ବେଳେ ସେ ଅଙ୍ଗନବାଡି କେନ୍ଦ୍ର ରେ ସହାୟିକା ଭାବେ କାର୍ଯ୍ୟ କରନ୍ତି ତାଙ୍କର ଆର୍ଥିକ ସ୍ଥିତି ଠିକ ନ ଥିବା ବେଳେ ସ୍ୱାମୀ ବଞ୍ଚିଥିବା ସମୟରୁ ମୌଖିକ ଭାଗ ବଣ୍ଟା ହୋଇଥିଲା କିନ୍ତୁ ବିଗତ ଦୁଇ ବର୍ଷ ହେବ ତାଙ୍କ ଦେଢଶୁର ଚୈତନ୍ୟ ବେହେରା ତାଙ୍କ ଭାଗ ଜମିକୁ ବଳପୂର୍ବକ ଦଖଲ କରିଅଛନ୍ତି ଏ ବାବଦ ରେ ସେ ବିଭିନ୍ନ ଜାଗାରେ ଅଭିଯୋଗ କରିବା ପରେ କିଛି ନ୍ୟାୟ ନ ମିଳିବାରୁ ଏଭଳି ବାଧ୍ୟ ହୋଇ ଆତ୍ମହୁତି ଉଦ୍ୟମ କରିଛନ୍ତି ବୋଲି ଦମୟନ୍ତି କହିଛନ୍ତି ସେପଟେ ଘଟଣା ପରେ ପୋଲିସ ଦମୟନ୍ତି ଙ୍କୁ ଅଟକ ରଖି ଉପଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିଛି । ତାଙ୍କ ସମସ୍ୟା କିଭଳି ସମାଧାନ କରାଯିବ ସେ ବିଷୟ ରେ ଚେଷ୍ଟା କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୀ ପ୍ରତିଶୃତି ଦେଇଛନ୍ତି।




