ଗାଦିବ୍ରହ୍ମ ମହିଳା କଲେଜ ରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ

ଜେ ବି ଏନ, ୨୬/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ବ୍ଲକ କାଦୁଅପଡା ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଜୀବନ ବିନ୍ଦୁ ରକ୍ତ ଦାନ ଶିବିର କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ମଧୂସୁଦନ ସାହୁ, ବିଜେଡି ନେତ୍ରୀ କନକପ୍ରଭା ଲେଙ୍କା, ପଂଚାୟତ ସମିତି ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା, ବ୍ଲକ୍ ବିଜେଡି ସଭାପତି ମନୋଜ୍ ଭୋଇ, ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର, ଯୁବନେତା ବିବେକାନନ୍ଦ ବେହେରା, କଲେଜ୍ ଅଧ୍ୟକ୍ଷା ଆରତୀ ମିଶ୍ର, ଜିଲ୍ଲା ଓକିଲ ସଂଘ ସଂପାଦକ ନରେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ! ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ 45 ୟୁନିଟ ରକ୍ତସଂଗ୍ରହ କରାଯାଇଥିଲା ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-21-scaled.jpg)
