୭୨ ତମ ଜନରାଜ୍ୟ ଦିବସ ଅବସରରେ ବ୍ରହ୍ମପୁର ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି


ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୨୬. ୦୧. ୨୦୨୧) – : ଆଜି ବ୍ରହ୍ମପୁର ର ସବୁଜ ବାହିନୀ,ରୁବି ଚକ୍ଷୁ ଚିକିତ୍ସାଳୟ ଓ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ୭୨ ତମ ଜନରାଜ୍ୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ପତାକା ଉତ୍ତୋଳନ ସହ ରୁବି ଚକ୍ଷୁ ଚିକିତ୍ସାଳୟ ପରିସରରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ବି. ଏନ.ଆର ସୁବୁଦ୍ଧି ଓ ପ୍ରବୀଣ କୁମାର ସୁବୁଦ୍ଧି ଙ୍କ ତତ୍ତ୍ୱବଧାନରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ଅବସରପ୍ରାପ୍ତ ପ୍ରଫେସର ଶଚିଦାନନ୍ଦ ପାଢ଼ୀ , ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ,ଆଞ୍ଚଳିକ ଵିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର , ସମ୍ପାଦକ ବିଜେନ୍ଦ୍ର ମାଝି, ବନମାଳୀ ପ୍ରଧାନ, ଶିବରାମ ବେହେରା ,ଗଣେଷ ପାଣିଗ୍ରାହୀ, ପ୍ରବୀଣ ନାୟକ, ସୂର୍ଯ୍ୟ ନାରୟଣ ପାତ୍ର, ଆଶ୍ରୀତ ସରାଫ୍ ,ଜେ. ବିନୋଦ, ପ୍ରଣୟ ସାହୁ, କେ. ସୁଶୀଲ, କୃଷ୍ଣ ଚନ୍ଦ୍ର ସାହୁ, ସୁଜିତ ଗୌଡ଼, ସତ୍ୟ ନାରୟଣ ଦାସ ପ୍ରମୁଖ ସମେତ ଅନ୍ୟମାନେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।




