ବୁଢାପଙ୍କ ହାଇସ୍କୁଲ ୨୦୦୨ ବ୍ୟାଚ ର ବନ୍ଧୁ ମିଳନ

ଜେ ବି ଏନ୍ (୦୧/୨୮/୨୦୨୧) (ରିପୋର୍ଟ ସୁବ୍ରତ ସାମଲ),ବଅଁରପାଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହାର ମାଟ୍ରିକ୍ ସହପାଠୀଙ୍କର ନୂତନ ବର୍ଷ ଅବସରରେ ବନ୍ଧୁ ମିଳନ ବୁଢାପଙ୍କ ଉଚ୍ଚ ବିଦ୍ୟାଳୟ ଠାରେ ଆଜି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦୨ ମସିହାର ମାଟ୍ରିକ୍ ସହପାଠୀ ସହ ବୁଢାପଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୁଣା ସ୍ମୃତି ମନେ ପକାଇଥିଲେ ଏବଂ ସୁସ୍ଥ ସମାଜ ଗଠନ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ସହପାଠି ମାନେ ନାଚ ଗୀତ ସହ ଅନେକ ମଜା ନେବାରେ ମଜା ମସ୍ତି କରିଥିଲେ ଏତେ ଦିନ ପରେ ଶିକ୍ଷକ ଓ ଶିକ୍ଷୟତ୍ରି ମାନେ ସହପାଠୀ ମାନଙ୍କୁ ଦେଖି ଖୁସି ର ଆଲୋକ ଭରି ଦେଇଥିଲେ l




