ମୃତ ଯୁବତୀଙ୍କୁ ସ୍କୁଟିରେ ଆସି ରାସ୍ତା କଡ଼ରେ ଫିଙ୍ଗିଲେ ଦୁର୍ବୃତ୍ତ

ଜେ ବି ଏନ, ୨୮/୦୧ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯୁବତୀଙ୍କୁ ହତ୍ୟା ସନ୍ଦେହ । ହତ୍ୟା ପରେ ସ୍କୁଟିରେ ଆଣି ଦୁଇ ଜଣ ଯୁବକ ଫିଙ୍ଗି ଦେଇ ଚାଲିଗଲେ। ସିସି ଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ର ରାଜେନ୍ଦ୍ର ପୁର ଗାଁ ନିକଟର ରାସ୍ତା କଡ଼ରେ। ଆଜି ସକାଳ ୮.୩୦ରୁ ୯ଟା ସମୟରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ଯୁବତୀଙ୍କୁ ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ କୁଆଖିଆ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ, କୁଆଖିଆ ଥାନା ଅଧିକାରୀ ଘଟଣା ସ୍ଥାନରେ ପହଁଚି ତଦନ୍ତ ଜାରି ରଖିଛନ୍ତି l




