
ଡିଜିଟାଲ ସଦସ୍ୟ ଗ୍ରହଣ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ
(ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୨୬/୦୧ /୨୦୨୧ ସୁନ୍ଦରଗଡ଼ /ରାଉରକେଲା : ରାଉରକେଲା ସାଙ୍ଗଠନିକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଶ୍ରା ବ୍ଲକ ରେ ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତ ଓ ସ୍ଥାନୀୟ ନେତୃବୃନ୍ଦଙ୍କୁ ନେଇ ଡିଜିଟାଲ ଡ୍ରାଇଭ ବିଷୟରେ ଅବଗତ କରାଇବା ସହ ସମସ୍ତଙ୍କୁ ଡିଜିଟାଲ ସମ୍ପାଦକ ରୂପେ ଅନ୍ତର୍ଭୁକ୍ତ କରାଇଲେ l ଏହି କାର୍ଯ୍ୟକ୍ରମ ରେ ଆଇରନ ମେନ ବିଜୁ ବାବୁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବିଧାୟକ ରାଉରକେଲା ଏବଂ ମାନ୍ୟବର ରାଜ୍ୟ ସଭାପତି ଦେବି ରଞ୍ଜନ ତ୍ରିପାଠୀ ଭିଡ଼ିଓ ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇଲେ l ପ୍ରତେକ ପଞ୍ଚାୟତ ରେ ସମସ୍ତଙ୍କୁ ଯୋଡିବାକୁ ଅନୁରୋଧ କରାଇବା ସହ ସାମାଜିକ ଗଣମାଧ୍ୟମ ସଂଯୋଜକ ତାପସ ଘୋସାଲ ଡିଜିଟାଲ ଡ୍ରାଇଭ ବିଷୟରେ ବୁଝାଇ ଥିବା ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ବିଧାୟକ ପାର୍ଥୀ ମକ୍ଲୁ ଏକ୍କା ଓ ଜିଲ୍ଲା ସଭାପତି ରାଣାପ୍ରତାପ ପତ୍ର,ଯୁବନେତା ସୋମନାଥ ରାହା ନାରୀନେତ୍ରୀ ପ୍ରେମା ଦାସ,ବରିଷ୍ଠ ନେତା ପ୍ରଦୀପ ରାଉତରାୟ, ପର୍ଶୁରାମ ମହାପାତ୍ର, ଗୋପାଳ ସିଂ ସହଯୋଗ କରିଥିଲେ l



