ଅନୁଗୋଳ ଜିଲ୍ଲାରେ ଓଡିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର କୁପନ ବିତରଣ ଆରମ୍ଭ

ଜେ ବି ଏନ, ୨୭/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : – ଅନୁଗୋଳ ଜିଲ୍ଲାରେ ଓଡିଶା ସରକାରଙ୍କ ସ୍ଵଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର କୁପନ ବିତରଣ ପ୍ରକ୍ରିୟା ଚଳିତ ମାସ ଜାନୁୟାରୀ ୨୨ ତାରିଖଠାରୁ ଆରମ୍ଭ ହୋଇଯାଇଛି । ଯେଉଁ ବ୍ୟକ୍ତି ଓଡ଼ିଶାର ଯେ କୌଣସି ଡାକଘର , ଅକୃତ ବ୍ୟାଙ୍କ , ସ୍ବଳ୍ପ ସଞ୍ଚୟ ଜମା ଯୋଜନା ଗୁଡିକରେ ତା ୦୧.୦୧.୨୦୨୦ ରିଖ ଠାରୁ ତା ୩୧.୧ ୨.୨୦୨୦ ରିଖ ମଧ୍ୟରେ ଅନ୍ୟୁନ ୨୦୦୦ ଟଙ୍କାରୁ ଅଧୁକ ଅର୍ଥ ନିବେଶ କରିବେ , ସେମାନେ ପ୍ରତ୍ୟେକ ୨୦୦୦ ଟଙ୍କା ଜମା ପିଛା ଗୋଟିଏ ମାଗଣା ଲଟେରୀ କୁପନ ସଂଗ୍ରହ କରିପାରିବେ । ୱେବ ସଞ୍ଚଳିତ ପଦ୍ଧତି ଦ୍ବାରା କୁପନ ନମ୍ବର ଜମାକାରି ମାନଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା ସରକାରଙ୍କ ଦ୍ଵାରା କରାଯାଇଛି । ଏହି ଯୋଜନାରେ ଅଂଶ ଗ୍ରହଣ କରିବା ଦେୟ ମୁକ୍ତ ଅଟେ । କିଷାନ ବିକାଶ ପତ୍ର , ଜାତୀୟ ସଞ୍ଚୟ ସାର୍ଟିପିକେଟ , ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ , ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା , ସୁକନ୍ୟା ସମୃଦ୍ଧି ଜମା , ଡାକଘର ୫ ବର୍ଷୀୟା ଅବଧୂ ଜମା , ଡାକଘର ପୌନଃପୁନିକ ଜମା , ଡାକଘର ମାଣିକ ଆୟ ଯୋଜନା ଓ ଜାତୀୟ ସଞ୍ଚୟ ମାସିକ ଆୟ କମା ଯୋଜନା ଗୁଡିକରେ ଅର୍ଥ ସଞ୍ଚୟକରି ନିକଟସ୍ଥ ଜିଲ୍ଲାପାଳ , ଉପ – ଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରୁ ଲଟେରୀ କୁପନ ସଂଗ୍ରହ କରି ଜମାକରିମାନେ ଭାଗ୍ୟଶାଳୀ ବିଜେତା ହେଇପାରିବେ ବୋଲି ଭାରପ୍ରାପ୍ତ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରିଣୀ ଈଶାନୀ ପଣ୍ଡା ପ୍ରକାଶ କରିଛନ୍ତି । ଜମାକାରୀମାନେ ଜିଲ୍ଲାପାଳଙ୍କ ସ୍ଵଳ୍ପ ସଞ୍ଚୟ ବିଭାଗ , ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ବିଭାଗ ଓ ସମସ୍ତ ବ୍ଲକର ସ୍ୱଳ୍ପ ସଞ୍ଚୟ ବିଭାଗରୁ କୁପନ ସଂଗ୍ରହ କରି ପାରିବେ ।



