କେନ୍ଦୁଝର ଜିଲ୍ଲାର ୫୨୦ ନମ୍ବର ଜାତୀୟ ରାଜପଥରେ ଧାନ ବୋଝେଇ ଅଟୋ କୁ ଧକ୍କା ଦେଲା ଟ୍ରକ୍ ଅଟୋ ଚାଳକ ଆହତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପର୍ସଳା ଗ୍ରାମ ଛକ ନିକଟରେ ତିନିଚକିଆ ଅଟୋ କୁ ପଛପଟୁ ପିଟିଲା ଟ୍ରକ ଅଟୋ ଡ୍ରାଇଭର ଆହତ। ଅଟୋ ଟି ଧାନ ନେଇ ଚମ୍ପୁଆକୁ ଧାନ ବିକ୍ରୀ ପାଇଁ ଯାଉଥିବା ଅଟୋକୁ ପର୍ଶଳା ନିକଟରେ ପଛରୁ ଆସୁଥିବା ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଆଟୋଟି ଘଟଣାସ୍ଥଳରେ ଓଲଟି ପଡିବାରୁ ଅଟୋ ଡ୍ରାଇଭର ଆହତ ହୋଇଥିବା ନେଇ ସୂଚନା। ସ୍ଥାନୀୟ ଲୋକେ ଡ୍ରାଇଭରକୁ ଉଦ୍ଧାର କରି ଚମ୍ପୁଆ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇ ଥିବା ବେଳେ, ଦୁର୍ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



