ବାଲୁଗାଁ ଠାରେ ଗୋପବନ୍ଧୁ କ୍ରିକେଟ ପ୍ରିମିୟର ଲିଗ ଉଦଘାଟିତ

ଜେ. ବି. ଏନ, ୦୧/୦୩/୨୦୨୧, (ରିପୋର୍ଟ, ରଂଜିତ କୁମାର ସାହୁ )ଖୋର୍ଦ୍ଧା : ବାଲୁଗାଁ ଏନ. ଏ. ସି ଅନ୍ତର୍ଗତ କୁଲାକୁଣ୍ଢେଇ ନୂଆଗାଁ ଗୋପବନ୍ଧୁ କ୍ଲବ ର ସଦସ୍ୟ ମାନେ ଗୋପବନ୍ଧୁ ଙ୍କ ନାମରେ ଏକ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରିଥିଲେେ l ୮ ଗୋଟି ଟିମ କୁ ନେଇ ସାତ ଦିନ ପର୍ଯ୍ୟନ୍ତ ଏ ଟୁର୍ନାମେଣ୍ଟ ଟି ଚାଲିବ । ଆଜିର ମ୍ୟାଚ ରେ ଗୋପବନ୍ଧୁ ଟିମ ସହ ମା ମଙ୍ଗଳା ଟିମ ଗୋପବନ୍ଧୁ ନଗର ମଧ୍ୟରେ ହୋଇଥିଲା. ଏହି ମ୍ୟାଚ ରେ ଗୋପବନ୍ଧୁ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୭୧ ରନ କରିଥିଲେ ଯାହାର ଜବାବରେ ମା ମଙ୍ଗଳା ଟିମ ମାତ୍ର ୮ ଓଭର ରେ ୨ ଗୋଟି ୱିକେଟ ହରାଇ ମ୍ୟାଚଟି ଜିତି ନେଇଥିଲା । ଉଦ୍ଘାଟନୀ ଉତ୍ସବ ରେ ଚିଲିକା ର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ରଘୁନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ମନୋବଳ ବଢ଼େଇଥିଲେ।



