ତୁରଙ୍ଗ ଗ୍ରାମରେ ସଟସର୍କିଟ ଯୋଗୁଁ ନିଆଁ ଲାଗି ପୁଆଳ ଭାଡ଼ି ନଷ୍ଟ

ଜେ ବି ଏନ, ୦୧/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତ ଦେହୁରୀ ସାହିର ପ୍ରଫୁଲ ଦେହୁରୀଙ୍କ ର ଥିବା ପୁଆଳ ଭାଡ଼ିରେ ସଟସର୍କିଟ ଯୋଗୁଁ ନିଆଁ ଲାଗି ହଜାର ହଜାର ଟଙ୍କାର ପୁଆଳ ପୋଡି ପାଉଁଶ ହୋଇଯାଇଛି। ସ୍ତାନୀୟ ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୧ ୩୦ ଘଟିକା ସମୟରେ ଦେହୁରୀ ସାହିର ପ୍ରଫୁଲ୍ଲ ଦେହୁରୀ ପୁଆଳ ଭାଡ଼ିରେ ହଠାତ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ହଜାର ହଜାର ଟଙ୍କାର ପୁଆଳ ନଷ୍ଟ ହୋଇଯାଇଛି। ହୁ ହୁ ହୋଇ ଜଳୁଥିବା ଦେଖି ଗାଁ ଲୋକ ମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିବା। ଗ୍ରାମରୁ ଖବର ପାଇ ଅନୁଗୋଳ ଦମକଳ ବାହିନୀ ଆସି ନିଆଁ କୁ ଆୟତ କରିଥିଲେ। ଯାହା ଫଳରେ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଥିଲା ।



