ନିଆଁ ଲାଗି ପୁଆଳ ଭାଡ଼ି ନଷ୍ଟ

ଜେ ବି ଏନ, ୦୩.୦୩.୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ କୁସୁଣାରେ ଗତ କାଲି ପୁଆଳ ଭାଡ଼ିରେ ନିଆଁ ଲାଗି ହଜାର ହଜାର ଟଙ୍କାର ପୁଆଳ ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଗତକାଲି ଦିନ ଦ୍ୱିପ୍ରହର ସମୟରେ କୁସୁଣା ଗ୍ରାମର ପଙ୍କଜ ନାଏକଙ୍କ ପୁଆଳ ଭାଡ଼ିରେ ହଠାତ ନିଆଁ ଲାଗିଯାଇଥିଲା। ଡ଼ହଡ଼ହ ଖରାରେ ନିଆଁ ଲାଗୁଥିଲେ ମଧ୍ୟ କିଛି ଉପାୟ ନପାଇ ଗ୍ରାମବାସୀ ବୁଢ଼ାପଙ୍କ ଦମକଳ ବାହିନୀକୁ ଖବର ଦେଇଥିଲେ, ସୂଚନା ପାଇ ଦମକଳ ବାହିନୀ ପହଁଚି ନିଆଁ କୁ ଆୟତ କରିଥିଲେ।ଦେଖୁ ଦେଖୁ ହଜାର ହଜାର ଟଙ୍କାର ପୁଆଳ ନଷ୍ଟ ହୋଇଯାଇଛି। ଯାହା ଫଳରେ ଏକ ବଡ଼ ଅଘଟଣରୁ ରକ୍ଷା ପାଇଯାଇଛନ୍ତି ପଙ୍କଜଙ୍କ ପରିବାର। ଏଥିସହ ପଙ୍କଜଙ୍କ ଏକ ଗୁହାଳ ଘର ମଧ୍ୟ ଅଧା ପୋଡି ଯାଇଛି।




