ତିରୁପତି ଯିବାକୁ ପୋଲିସ ରୋକିବାରୁ ଧାରଣାରେ ବସିଲେ ଚନ୍ଦ୍ରବାବୁ ନାଇଡୁ

ଜେ ବି ଏନ, ୦୨/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ବିଧାନସଭାରେ ବିରୋଧୀ ଦଳ ନେତା ଏନ ଚନ୍ଦ୍ରବାବୁ ନାଇଡୁ ସୋମବାର ବିମାନ ବନ୍ଦରର ଲାଉଞ୍ଜରେ ଧାରଣାରେ ବସିଥିଲେ । ପୋଲିସ ତାଙ୍କୁ ସହରର ପ୍ରବେଶ କରିବାକୁ ରୋକିବା ରୋକିବା ପାଇଁ କଷ୍ଟଡିରେ ନେବାକୁ ଚାହିଁଥିଲା । ତେବେ ଟିଡିପି ( ତେଲଗୁ ଦେଶମ ପାର୍ଟି ) ର ଅଧ୍ୟକ୍ଷ ପୋଲିସ ଅଧୁକାରୀଙ୍କୁ ପଚାରିଲେ ତାଙ୍କୁ କାହିଁକି ତିରୁପତି ଓ ଚିତୁର ଯିବାକୁ କାହିଁକି ରୋକଯାଉଛି । ହାଇଦ୍ରାବାଦରୁ ତିରୁପତି ବିମାନ ବନ୍ଦର ପହଁଞ୍ଚିବା ପରେ ନାଇଡୁ ସ୍ଥାନୀୟ କପକ୍ଷଙ୍କ ଅନ୍ୟାୟ ବିରୋଧରେ ତିରୁପତିରେ ବିରୋଧ ପ୍ରଦର୍ଶନରେ ଯୋଗ ଦେବାକୁ ଆସିଥିଲେ । ପୋଲିସ ନିର୍ବାଚନ କାରଣରୁ ଲାଗୁ ଆଦର୍ଶ ଆଚାର ସଂହିତା ଓ କରୋନା ଭାଇରସ୍ ମହାମାରୀ କାରଣରୁ ପ୍ରଦର୍ଶନର ଅନୁମତି ଦେବାକୁ ମନା କରିଦେଇଥିଲା ।
ତିରୁପତି ନଗର ନିଗମ ଅଧୁକାରୀ ରବିବାର କଥିତ ଭାବରେ ଟିଡିପିର ନେତାଙ୍କ ଚା ଦୋକାନକୁ ଭାଙ୍ଗି ଦେଇଥିଲେ , ଯାହାଙ୍କର ସ୍ତ୍ରୀ ୧୦ ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନରେ ଠିଆ ହୋଇଥିଲେ । ଏହି ଘଟଣାର ବିରୋଧରେ ଟିଡିପିର ନେତାମାନେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଦର୍ଶନର ଅନୁମତି ନମିଳିବା ପରେ ତିରୁପତି ଅର୍ବାନ ପୋଲିସ ବିମାନ ବନ୍ଦର ଉପରେ ଟିଡିପି ଅଧ୍ୟକ୍ଷଙ୍କୁ କଷ୍ଟଡିରେ ନେବାକୁ ଚାହିଁଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ନାଇଡୁ ପଚାରିଥିଲେ , ମୁଁ ୧୪ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ଓ ଏବେ ବିରୋଧୀ ଦଳ ନେତା ? କ’ଣ ମୋତେ ବିକ୍ଷୋଭ ପ୍ରଦର୍ଶନ କରିବାର ଅଧୁକାର ନାହିଁ ? ମୁଁ ଜିଲ୍ଲାପାଳ ଓ ପୋଲିସ ଅଧୁକାରୀଙ୍କୁ କ’ଣ ଦେଖା କରିପାରିବିନି ? ଏହା ନାଇଡୁ ଏୟାରପୋର୍ଟ ଲାଉଞ୍ଜର ତଳେ ବସିଯାଇଥିଲେ ।



