କଞ୍ଚଣା -କୋଦଳା ରାସ୍ତା ପାର୍ଶ୍ୱରେ ପରିବା ଫସଲ ନିକଟରେ ଅଗ୍ନିକାଣ୍ଡ, ୩୦ ବସ୍ତା ଧାନ ଜଳିଗଲା, ଅଳ୍ପକେ ବର୍ତ୍ତିଲା ଲକ୍ଷାଧିକ ଟଙ୍କାର ପରିବା ଚାଷ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୦୩-୦୪. ୦୩. ୨୦୨୧)-: ଆଜି ଅପରାହ୍ନ ୧ ଟାଏ ସମୟରେ ଗଞ୍ଜାମ ଜିଲ୍ଲା କଞ୍ଚଣା ଠାରୁ କୋଦଳା ମୁଖ୍ୟ ରାସ୍ତାର ଖରଖରି ନଦୀ ନିକଟ ପଡ଼ିଆରେ ଅଗ୍ନିକାଣ୍ଡ ଘଟି ବିଜୁଳି ବେଗରେ ନିଆଁ ମାଡି ଚାଲିଥିଲ। ନିକଟରେ ଏକ ଧାନ ବିଲରେ ଉଲ୍ଲାର।ମ ସାହୁଙ୍କର ୩୦ ବସ୍ତାରୁ ଅଧିକ ଧାନ ପୋଡି ନଷ୍ଟ ହୋଇଯିବା ସହ ନିକଟରେ ହୋଇଥିବା ଲକ୍ଷାଧିକ ଟଙ୍କାର ପରିବା ଚାଷ ପୋଡି ଯିବା ଆଗରୁ ଖବର ପାଇ କୋଦଳା ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ କିଏ ଲଗାଇଲା ତାହା ଜଣାପଡିନଥିବା ବେଳେ ପରିବା ଚାଷୀ ଅଗ୍ନିକାଣ୍ଡରୁ ପରିବା ଚାଷ ରକ୍ଷା ପାଇଥିବାରୁ ଆସ୍ବସ୍ତି ଲାଭ କରିଛନ୍ତି ।



