ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ ଟୀକା ପ୍ରଦାନ :ଟୀକା ନେଲେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ

ଜେ ବି ଏନ, ୦୩/୦୪-୦୩-୨୦୨୧,(ରିପୋର୍ଟ, ରୂପକ ମହାନ୍ତି ), ବ୍ରହ୍ମପୁର : ସ୍ୱାସ୍ଥ୍ୟ ବିଭାଗ ର ନିର୍ଦ୍ଦେଶ ରେ ସାରା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକାରୀ ହୋଈଥିବା ବେଳେ, ଆଜି ଏହି ତୃତୀୟ ପର୍ଯ୍ୟାୟ ଟୀକାକରଣ ରେ ୬୫ ବର୍ଷରୁ ଉର୍ଦ୍ଧ ନାଗରିକ ମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଟୀକାଦାନ କରାଯାଈଥିଲା l ଆଜି ବରହମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ଗୁଡ ସେଡ ରୋଡ ନିକଟରେ ଥିବା ସହର ଅଞ୍ଚଳ ସ୍ୱାସ୍ଥ କେନ୍ଦ୍ର ରେ ଟୀକା ନେଇ ଲୋକ ଙ୍କୁ ଟୀକା ବିଷୟରେ ଅଧିକ ସୂଚନା ଦେଇ ବୁଝାଇଥିଲେ l



