ଚେତନାଶ୍ରୀ ସାହିତ୍ୟ ସଂସଦ,ଅନୁଗୋଳର ଭକ୍ତି ରସାତ୍ମକ ପତ୍ରିକା ଚେତନାଶ୍ରୀ”ର ଶୁଭ ଉନ୍ମୋଚନ ଏବଂ କବିତା ପାଠୋତ୍ସବ

ଜେ. ବି. ଏନ୍ (୦୫-୦୬/୦୩ /୨୦୨୧) ଅନୁଗୋଳ :, ଅନୁଗୋଳ ଶିକ୍ଷା ଜିଲ୍ଲା ଅଧିକାରୀଙ୍କ ପୁରୁଣା କାର୍ଯ୍ୟାଳୟଠାରେ ଚେତନାଶ୍ରୀ ସାହିତ୍ୟ ସଂସଦର ଭକ୍ତିରସାତ୍ମକ ସାହିତ୍ୟ ପତ୍ରିକା ଚେତନାଶ୍ରୀ ” ର ଶୁଭଉନ୍ମୋଚନ , କବିତା ପାଠୋସନ ଏବଂ ସଗର୍ଜନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂସଦର ସଭାପତି ବରିଷ୍ଠ ସାହିତ୍ୟିକ ସୀତାରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ଅନୁଗୋଳର ପୂର୍ବତନ ଜିଲ୍ଲାପାଳ ତଥା ଶୈଳଶ୍ରୀକ୍ଷେତ୍ରର ସଂପାଦକ ହେମନ୍ତ କୁମାର ଦାଶ ଉଦ୍ଘାଟନୀ କାର୍ଯ୍ୟକରିଥିବା ବେଳେ ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ . କୁମୁଦ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି , ପ୍ରବାଚକ ବାବା ବଶିଷ୍ଟ ଦାଶ ମୁଖ୍ୟବକ୍ତା , ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୁର ପାଟଶାଣୀ ବିଶିଷ୍ଟ ଅତିଥି , ଜିଲା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି ସମାନିତ ଅତିଥି ଭାବେ ମଞ୍ଚ ଅଳକୃତ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସଭାପତି ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ଦୃଢୋକ୍ତି ଦେଇଥିଲେ । କୃଷ୍ଣଚେତନା ସବୁଠାରୁ ଭାବମୟ ବୋଲି ଅତିଥିମାନଙ୍କ ବକ୍ତବ୍ୟରୁ ଜଣାପଡ଼ିଥିଲା । ନରସିଂହପୁର ସାହିତ୍ୟ ଓ ସମାଜର ସଭାପତି ପଣ୍ଡିତ ବିନାୟକ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କାର୍ଯ୍ୟ କରିଥିଲେ । ବିଶିଷ୍ଟ ଅତିଥିଭାବେ ଅନୁଗୋଳ ସମ୍ବାଦ ସାହିତ୍ୟ ଘରର ସଭାପତି ଶାନ୍ତନୁ କୁମାର ସର , ମହାରାଜା ସୃତିକମିଟିର ପ୍ରତିଷ୍ଠାତା ଗୋବିନ୍ଦ ରାଜଗୁରୁ , ନବକୃଷ୍ଣ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.ଚୈତନ୍ୟ ସାହୁ , ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ପ୍ରାକ୍ତନ ସଭାପତି ଶିକ୍ଷାବିତ୍ ଡଃ . ଧରଣୀଧର ନାଥ , ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବର୍ଷିୟାନ କବି ହାଡିବନ୍ଧୁ ମିଶ୍ର , ଶିକ୍ଷାବିତ୍ ବନବିହାରୀ ପଟ୍ଟନାୟକ ପ୍ରମୁଖ ଆସୀନ ଥିବା ବେଳେ ବ୍ୟଙ୍ଗ କବି , ଶିଶୁ ସାହିତ୍ୟିକ କବିଜ୍ୟୋତି ନିରଞ୍ଜନ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଡ . ସଦାନନ୍ଦ ପରିଡା ମନ୍ତ୍ରପାଠ ପୂର୍ବକ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ସମୟରେ ମାଳିବିଡୋ ମହିଳା ସଂକୀର୍ତ୍ତନ ମଣ୍ଡଳୀ କୃଷ୍ଣପ୍ରେମୀ କଳାକାର ମାନଙ୍କଦ୍ଵାରା ସ୍ବାଗତ ସଂଗୀତ ଗାନ କରାଯାଇ ବିଭୂବନ୍ଦନା କରାଯାଇଥିଲା । ଅନୁଷ୍ଠାନର ସଂପାଦିକା ଗୀତାମୟୀ ମହାପାତ୍ର ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ମଞ୍ଚକୁ ଆବାହନ କରିବା ସହ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଭକ୍ତି ରସାତ୍ମକ ପତ୍ରିକା “ ଚେତନାଶ୍ରୀ’ର ଶୁଭଉନ୍ମୋଚନ ଅତିଥିମାନଙ୍କ କରକମଳରେ କରାଯାଇଥିଲା । ଅନୁଗୋଳର କୃଷ୍ଣପ୍ରେମୀ କବୟିତ୍ରୀ ମନୋଜା ନାୟକଙ୍କୁ “ କୃଷ୍ଣ ନିବେଦିକା ସମାନ ” , ନିଶ୍ଚିନ୍ତ କୋଇଲି , କଟକର ପ୍ରବାଚକ ଶରତ ରଥଙ୍କୁ ସାଲବେଗ ସମାନ , ହିନ୍ଦୋଳର କୃଷ୍ଣପ୍ରେମୀ ମିନତୀ ସାମଲଙ୍କୁ ” ଯଶୋମତୀ ସମ୍ମାନ ” , ଖୁଣ୍ଟୁଣୀର କୃଷ୍ଣପ୍ରେମୀ ତଥା ଘୋଷକ ବସନ୍ତ କୁମାର ମିଶ୍ରଙ୍କୁ ” ଗୋପୀବଲ୍ଲଭ ସମାନ ତଥା ସଭାପତିଙ୍କ ଉତ୍ସାହ ଅବଦାନର ନିଦର୍ଶନ ସ୍ବରୂପ ସଂପାଦିକାଙ୍କ ବୈଷ୍ଣବ ପିତାମାତା ସୁଧାକର ମହାପାତ୍ର ଓ ଅହଲ୍ୟା ମହାପାତ୍ରଙ୍କୁ ” ଭାବ ସୌଦାଗର ସମ୍ମାନ ” ପୃଷ୍ପଗୁଚ୍ଛ , ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଯାହାକି ଜିଲ୍ଲା ସାହିତ୍ୟ ସଂସଦ , ଅନୁଗୋଳ , ସମ୍ବାଦ ସାହିତ୍ୟଘର ଅନୁଗୋଳ , ତ୍ରିଧାରା ସାହିତ୍ୟ ସଂସଦ , ବଇଣ୍ଡା , ପ୍ରୀତିର ପ୍ରୟାସ , ହିନ୍ଦୋଳ , ସସାଦ ସାହିତ୍ୟ ଘର କଣିହାଁର କୃଷ୍ଣପ୍ରେମୀ କବି କବୟିତ୍ରୀ ମାନଙ୍କ ଦ୍ବାରା ଭକ୍ତି କବିତା , ଭକ୍ତି ଭଜନ ପରିବେଶଣ କରାଯାଇଥିଲା । ଏଥିରେ ବହୁ ବିଜ୍ଞ , ପ୍ରାଜ୍ଞ , ସାଧୁ , ଭଗବତ୍ ପ୍ରେମୀ କୃଷ୍ଣଚେତନାରେ ବ୍ରତୀ ହୋଇ ସ୍ଵ ଭକ୍ତିକଥା ଜ୍ଞାପନ କରିଥିଲେ । ସଂସଦର କୋଷାଧ୍ୟକ୍ଷ ଶିକ୍ଷକ ଧୀରେନ୍ କୁମାର ମିଶ୍ର ବର୍ଣ୍ଣାଢ଼ୀ ଉତ୍ସବରେ ଯୋଗଦାନ କରିଥିବା ଅତିଥି ଓ ଜ୍ଞାନୀ ଗୁଣୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ସାମୂହିକ ହରିସଭାମଣ୍ଡପ ରାଧାକୃଷ୍ଣ ମନ୍ଦିରର ପ୍ରସାଦ ସେବନର ନିଆରା ଉପଭୋଗ ସମସ୍ତ କୃଷ୍ଣପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିଲା।




