ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଆଉରି ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟ
ନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ତଥା ପଞ୍ଚାୟତ ରାଜ ଦିବସ ପାଳନ

ଜେ ବି ଏନ, ୦୭/୦୩/୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଆଉରି ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ତଥା ପଞ୍ଚାୟତ ରାଜ ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟିକା ପ୍ରମିଳା ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ ଯୋଗ ଦେଇଥିଲେ। ବିଧାୟିକା ପ୍ରମିଳା ମଲ୍ଲିକ ବିଜୁବାବୁଙ୍କ ଫଟୋ ରେ ପୁଷ୍ପ ମାଲ୍ୟାର୍ପଣ କରି ତଥା ଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଓ ଅନ୍ୟ ଅତିଥି ମାନେ ବିଜୁବାବୁଙ୍କ ତଥା ବିଜେଡି ର ବିକାଶ ର ଗାଥା ସଂପର୍କ ରେ ବର୍ଣ୍ଣ ନା କରିଥିଲେ। ଏହି ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ଲୋକ ଏବଂ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ।



