୪ଟି ବ୍ଳକ ରେ ମେଗା ପାନିୟ ଜଳ ପ୍ରକଳ୍ପ ପାଇଁ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୨୪୬ କୋଟି ଟଙ୍କା ର ପ୍ୟାକେଜ ପାଇଁ ସାମ୍ବାଦିକ ସମ୍ମିଳନୀ

ଜେ ବି ଏନ, ୦୭/୦୩/୨୦୨୧, (ରିପୋର୍ଟ,
ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ସମେତ ଜିଲ୍ଲା ର ମୋଟ ୪ଟି ବ୍ଳକ ରେ ମେଗା ପାନିୟ ଜଳ ପ୍ରକଳ୍ପ ପାଇଁ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୨୪୬ କୋଟି ଟଙ୍କା ର ପ୍ୟାକେଜ ପାଇଁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ ବିଞ୍ଝାରପୁର ବିଧାୟିକା ତଥା ସରକାରୀ ଦଳର ସଚେତକ ପ୍ରମିଳା ମଲ୍ଲିକ। ଏହି ସାମ୍ବାଦିକ ସମ୍ମିଳନୀରେ ବିଞ୍ଝାରପୁର ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ସରପଞ୍ଚ ରବିନ୍ଦ ଧଳ, ମହେଶ୍ବର ରାଉତ, ପ୍ରଦିପ୍ପ ମହାନ୍ତି, ମୁରଲୀଧର ବେହେରା ଏବଂ ଏକାଧିକ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାଧୁବାଦ ଜଣାଇ ଥିଲେ।






