
ବିଶ୍ଵମହିଳା ଦିବସ ପାଳିତ
ଜେ ବି ଏନ(ସୁଶାନ୍ତ କୁମାର /ଶୁଭମ ପାଣି) ୦୮.୦୩.୨୦୨୧ ଢେଙ୍କାନାଳ : ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳ ADR , ସର୍ମିଳନୀ ଗୃହ ଠାରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ସଭାପତିତ୍ବରେ ଏକ ସଚେତନତାଶିବିର ଅନୁଷ୍ଟିତ ହୋଇଥିଲା । ଏହି ଶିବିରରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ସାହୁ ମହିଳା ମାନଙ୍କର ଅଧିକାର ବିଷୟରେ ଆଲୋଚନା କାରିଥିଲେ ଏତଦ ସାହିତ ବିଭିନ୍ନ ଉଦାହରଣ ମଧ୍ୟରେ ମହିଳାଙ୍କ ମୌଳିକ ଅଧିକାର ଓ ଗୁରୁତ୍ଵଉପରେ ନିଜ ଅଭିଭାଷଣ ରଖିଥିଲେ । ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତ ସୁଭାସିନି ମହାକୁଡ DV Act . ବିଷୟରେ ବଷଦ ଭାବରେ ଆଲୋଚନା କରିଥିଲେ । ପ୍ରଥମ ଶ୍ରେଣୀବିଚାରବିଭାଗୀୟମାଜିଷ୍ଟ୍ରେଟ ମୌତ୍ରୀ ସାମନ୍ତରାୟ PC and PNDT Act ବିଷୟରେ ଉପସ୍ଥିତ ମହିଳା ଏବଂ ସାଧାରଣ ଜନତାମାନଙ୍କୁ ସଚେତନ କରାଇଥିଲେ । ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ନିଶ ଅଗ୍ରୱାଲ POCSO Act . ବିଷୟରେ ଆଲୋକପାତ କରିଥିଲେ ଏବଂ ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ sexual harassment ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି ସତେନତା ଶିବିରରେ ଏହି ଶିବିରରେ ଅତିରିକ୍ତ ଜିଲ୍ଲାଜଜ ତଥା ସତନ୍ତ୍ର ଜଜ ( ଭିଜିଲାନ୍ସ ) ଲଳିତ କୁମାର ଦାଶ , ପାରିବାରିକ ଅଦାଲତର ବିଚାରପତି ଦିପ୍ତ ରଞ୍ଜନ କାନୁନ୍ଗୋ , ମୁଖ୍ୟ ବିଚାରବିଭାଗିୟ ମାଜିଷ୍ଟ୍ରେଟ୍ର ମୁକ୍ତି ରଞ୍ଜନ ଶତପଥୀ , ରେଜିଷ୍ଟ୍ରର ସିଭିଲକୋର୍ଟ ଲୋପାମୁଦ୍ରା ପଣ୍ଡା , ଅତିରିକ୍ତ ବରିଷ୍ଟ ଦେୱାନୀ ବିଚାରପତି ବରିଷ୍ଟ ଦେଓନୀ ଅଦାଲତ ବିଚାରପତି ଶ୍ରୀ ଛାୟାକାନ୍ତ ଦାଶ , ବରିଷ୍ଟ ଦେୱାନୀ ବିଚାରପତି ( ମହିଳା ଅଦାଲତ ) ଶ୍ରୀମତୀ ସାବିତ୍ରୀ ନାୟକ , ଉପଖଣ୍ଡ ବିଚାରବିଭାଗୀୟମାଜିଷ୍ଟ୍ରେଟ ଶ୍ରୀମତି ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ , ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଲୟର ଏବଂ ପି.ଏଲ.ଭି ପ୍ରମୁଖ ଏସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଆଇନ ଜିଲ୍ଲା ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର କେନା ସୁଚାର ରୂପେ ପରିଚାଳନା କାରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
