ଅଲଗା ହେବ ମିଶନ ଶକ୍ତି

ଜେ ବି ଏନ, ୦୮/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ନାୟକ), ଭୁବନେଶ୍ବର : ବିଶ୍ଵ ମହିଳା ଦିବସ ପୂର୍ବରୁ ମିଶନ ଶକ୍ତିକୁ ନୂଆ ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାବିନେଟ୍ର ମୋହର ପରେ ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ହୋଇଛି । ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ମିଶନଶକ୍ତି ଯେଉଁ କାର୍ଯ୍ୟ କରୁଥିଲା , ତାହା ତୁରାନିତ ହେବ । ମହିଳା ଓ ଶିଶୁକଲ୍ୟାଣ ବିଭାଗରୁ ମିଶନ ଶକ୍ତିକୁ ଅଲଗା କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ମହିଳାଙ୍କୁ ସଶକ୍ତ କରିବାରେ ଓଡ଼ିଶା ସବୁଠୁ ଆଗରେ । ମହିଳାଙ୍କ ପାଇଁ ରାଜନୈତିକ ଓ ଅର୍ଥନୈତିକ ସ୍ଵତନ୍ମତାକୁ ଫୋକସ୍ । ମିଶନଶକ୍ତିରେ ସାମିଲ ହେଲେଣି ୮୦ଲକ୍ଷରୁ ଅଧୁକ ମହିଳା । ଆନ୍ତର୍ଜାତୀୟ ମହିଳା ଦିବସ ପୁର୍ବରୁ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଦେଇଛନ୍ତି ବଡ଼ ଭେଟି । ମହିଳାଙ୍କ ଅର୍ଥନୈତିକ ବିକାଶ ସହ ସବୁକ୍ଷେତ୍ରରେ ସେମାନଙ୍କୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ସେଥିଲାଗି ମିଶନଶକ୍ତିକୁ ସ୍ୱତନ୍ନ ବିଭାଗ କରାଯାଇଛି ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍ତମ ସେବା ଯୋଗାଇବା , ଏସ୍ଏଜି ମାଧ୍ୟମରେ ଆର୍ଥିକ ସ୍ଵାବଲମ୍ବୀ କରିବା ଓ ସାମାଜିକ ସୁରକ୍ଷା ଦେବା ଦିଗରେ ମିଶନଶକ୍ତି ବିଭାଗ ବେଶ୍ ସହାୟକ ହେବ । ରାଜ୍ୟ ସରକାର ସବୁବେଳେ ମହିଳାଙ୍କୁ ଗୁରୁତ୍ବ ଦେଇ ଆସିଥିବା ବିଜେଡି କହିଛି ।
୨୦୧୨ ମସିହାରୁ ଓଡ଼ିଶାରେ ପଞ୍ଚାୟତ ଓ ପୌରସଂସ୍ଥାରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ସଂସଦରେ ସ୍ଵର ଶାଣିତ କରିବା ସହ ଦେଶର ସବୁ ରାଜନୈତିକ ଦଳ ପାଖରେ ଦାବି ରଖୁଛି । ବିଶେଷକରି ରାଜ୍ୟ ଅର୍ଥନୀତିରେ ଏସ୍ଏଜି ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଉଥିବାରୁ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମିଶନଶକ୍ତି ବିଭାଗ ଉପହାର ଦେଇଥିବା ମହିଳା ବିଜେଡି ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।



