ରଂଗାଧର ସରକାରୀ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଜେ ବି ଏନ, ୦୯/୦୩ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କଣ୍ଟିପୁର ସ୍ଥିତ ରଂଗାଧର ସରକାରୀ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରାଯାଇଛି। ଏହି ସମାରୋହରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ବିଞ୍ଝାରପୁର ର ବିଧାୟିକା ପ୍ରମିଳା ମଲ୍ଲିକ।ସେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ସମାରୋହ କୁ ଉଦ୍ ଘାଟନ କରିଥିଲେ। ଦ୍ଵିତୀୟ ଦିନରେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇଥିବା ବେଳେ ଅନ୍ୟ ତମ ଅତିଥି ଭାବରେ ପ୍ରଫେସର କୁମରବଳ ଦାସ,ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ସାମଲ, ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀଙ୍କ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ। ଏଥି ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅଟଳ ବିହାରୀ ନାୟକ ଉପସ୍ଥିତ ଥିଲେ।



