ପୀଡିତ ବଡ ଭାଇ ଠାରୁ ଜମି ପାଇବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ

ଜେ ବି ଏନ, ରିପୋର୍ଟ, ସୁଶାନ୍ତ କୁମାର ସାମଲ, ୧୫/୦୩ /୨୦୨୧ , ଅନଗୁଳ : ଅନୁଗୋଳ ବ୍ଲକ ଅନ୍ତୁଳିଆା ପଞ୍ଚାୟତ କଦଳବେରେଣୀ ଗ୍ରାମର ଗୋପୀନାଥ ସାହୁ ଦୀର୍ଘ ପଚିଶି ବର୍ଷ ହେଲା ତାଙ୍କର ସ୍ତ୍ରୀ ଓ ଏକମାତ୍ର ପୁଅକୁ ଧରି ବାହାରେ ଦିନ ମଜୁରୀ କରି ରହି ଆସୁଥିଲେ । ହେଲେ ଗତ କିଛି ଦିନ ତଳେ ସେ ପାରାଲିସିସ୍ ରୋଗରେ ଆକ୍ରାନ୍ତ ହେବାରୁ ଏବେ ଘର ଚଳିବା କଷ୍ଟକର ହୋଇ ପଡୁଛି ତେଣୁ ସେ ତାଙ୍କର ପରିବାର ବର୍ଗକୁ ଧରି ନିଜ ଘରେ ରହିବାକୁ ଗାଁକୁ ଫେରି ଆସିଲେ । କିନ୍ତୁ ତାଙ୍କର ବଡ ଭାଇ ଗୋବିନ୍ଦ ସାହୁ ତୋର ଏଠି ଘର ଜମିବାଡି ରେ କିଛି ଅଧିକାର ନାହିଁ କହି ଘରେ ପୁରେଇ ଦେଲେ ନାହିଁ । ଗୋପୀନାଥ ତାଙ୍କର ସ୍ତ୍ରୀ ଓ ପୁଅକୁ ଧରି ଗାଁ କୋଠଘରେ ରହିଲେ । ଏ ସଂକ୍ରାନ୍ତରେ ଗାଁ ସଭାପତିଙ୍କ ନିକଟରେ ଅଭିଯୋଗ କଲେ । ସଭାପତି ଏହାର ଆପୋଷ ବୁଝାମଣା କରିବାକୁ ଗୋବିନ୍ଦ ସାହୁଙ୍କୁ ଡକାଇବାରୁ ସେ ଭାଗ ଦେବାକୁ ରୋକଠକ୍ ମନା କରି ଚାଲି ଯାଇଥିଲେ । ସମସ୍ତ ଗ୍ରାମବାସୀ ଏକଜୁଟ୍ ହୋଇ ଗୋପୀନାଥଙ୍କ ସପଖ୍ୟରେ ବାହାରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଥିଲେ ଓ ଏହାର ଯେମିତି ଉଚିତ୍ ନ୍ୟାୟ ମିଳିବ ସେ ସପଖ୍ୟରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)