ହରିଦ୍ରା ତୈଳିକ ବୈଶ୍ୟ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେ ବି ଏନ ବ୍ରହ୍ମପୁର (୧୫.୦୩.୨୦୨୧), ରିପୋର୍ଟ, ଟୁକୁନା ପ୍ରଧାନ -: ବ୍ରହ୍ମପୁର ନିକଟସ୍ଥ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ବଡ଼ ସାହି ସ୍ଥିତ ନୂଆ ବନ୍ଦ ସାହି ଠାରେ ହରିଦ୍ରା ତୈଳିକ ବୈଶ୍ୟ ସମାଜ ମହୁରୀ ମଣ୍ଡଳ ଅଞ୍ଚଳର ୧୪ ଟି ଅଞ୍ଚଳର ତୈଳିକ ସମାଜର ବୁଦ୍ଧିଜୀବୀ ଏବଂ ସଂଗଠନର କର୍ମକର୍ତ୍ତା ଙ୍କୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାହେବ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଓଡିଶା ହରିଦ୍ରା ତୈଳିକ ବୈଶ୍ୟ ସମାଜର ଦଣ୍ଡାସି ସାହୁ, ସମ୍ମାନିତ ଅତିଥି ଭାବେ ମହୁରୀ କେନ୍ଦ୍ରଅଞ୍ଚଳର ସଭାପତି ଅଭିମନ୍ୟୁ ସାହୁ, ଉପ ସଭାପତି ସୁଶାନ୍ତ ସାହୁ, କାର୍ଯ୍ୟକାରୀ ସଭାପତି ଦୁଃଖୀଶ୍ୟାମ ସାହୁ,ମସିହା ଖାଲି ଅଞ୍ଚଳର ନରସିଂହ ସାହୁ,ସନ୍ତୋଷ ସାହୁ ପ୍ରଦ୍ୟୁସ ସାହୁ, ସଂଗ୍ରାମ ସାହୁ, ସୁବାଷ ସାହୁ ମିଟୁ ସାହୁ ରାମଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ ପ୍ରମୁଖ ଯୋଗଦେଇ ଥିଲେ । ଉପସ୍ଥିତ କର୍ମକର୍ତ୍ତାମାନେ ସଂଗଠନ ସୁଦୃଢ କରିବା ପାଇଁ ଆହ୍ଵାନ ଦେଇଥିଲେ । ସେହିପରି ମହିଳା ମାନଙ୍କ ମଧ୍ୟରେ ଲକ୍ଷ୍ମୀ ପ୍ରିୟା ସାହୁ ଯୁଗ୍ମସମ୍ପାଦିକା ସୁକାନ୍ତି ସାହୁ, ମହିଳା ସମ୍ପାଦିକା ସବିତା ସାହୁ ,ମୀରାସାହୁ,ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)