କଞ୍ଚଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟସେନ ଘୋଷଙ୍କ ଅକାଳ ବିୟୋଗ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, , ବ୍ରହ୍ମପୁର ( ୧୭. ୦୩.୨୦୨୧)-: ଗଞ୍ଜାମ ଜିଲ୍ଲା କଞ୍ଚଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣେ ଦକ୍ଷ ସଂଗଠକ ଓ ଯୁବନେତା ଜୟସେନ ଘୋଷଙ୍କର ଆଜି ଭୁବନେଶ୍ୱର ଠାରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ସେ ଆଗରୁ ଏହି ପଂଚାୟତର ସରପଞ୍ଚ ଥିବା ବେଳେ ବର୍ତମାନ ତାଙ୍କ ପତ୍ନୀ ଉକ୍ତ ପଞ୍ଚାୟତର ସମିତି ସଭ୍ୟା ଅଛନ୍ତି ଓ ତାଙ୍କ ସାନ ଭାଇ ଚିତ୍ରସେନ ଘୋଷ କଞ୍ଚଣା ପଞ୍ଚାୟତର ବର୍ତ୍ତମାନ ସରପଞ୍ଚ ଅଛନ୍ତି । ସ୍ବର୍ଗତ ଜୟସେନ ଘୋଷଙ୍କର ସ୍ୱାସ୍ଥ୍ୟ ଖରାପ ଥିବା ବେଳେ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଆଜି ତାଙ୍କ ମୃତ୍ୟୁ ପରେ ତାଙ୍କୁ ନିଜ ଗାଁକୁ ଅଣାଯାଇଥିଲା। ତାଙ୍କ ମର ଶରୀରକୁ ଖଲ୍ଲିକୋଟ ଠାରୁ ଏକ ବାଇକ ରାଲିରେ କଞ୍ଚଣା ସ୍ଥିତ ନିଜ ବାସଭବନକୁ ଅଣାଯାଇଥିଲା ଏବଂ ଗ୍ରାମରେ ପରିକ୍ରମା କରିବା ପରେ ନିଜ ଗାଁ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ଶେଷ ଦର୍ଶନ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


