କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୨୧.୦୩.୨୦୨୧)-: ଗଂଜାମ ଜିଲ୍ଲା କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଚରଣ ପାଢ଼ୀ, ଲଷ୍ମୀ ନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ମୁନି, ମହାବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ରଥ, ମହାବିଦ୍ୟାଳୟର ପୂର୍ବତନ ସଭାପତି ପ୍ରଫୁଲ୍ଲ ମିଶ୍ର ମଞ୍ଚାସୀନ ହୋଇଥିଲେ । ଅଧ୍ୟାପକ ବିନୋଦ କୁମାର ମିଶ୍ର ଓ ଅଧ୍ୟାପକ ବିଷ୍ଣୁ ଚରଣ ସେଠୀଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପଦ୍ମଚରଣ ପାଢ଼ୀ ପୌରହିତ୍ୟ କରିଥିଲେ । ବରିଷ୍ଠ ଅଧ୍ୟାପକ ରଘୁନାଥ ମୁଦୁଲି, ଅଧ୍ୟାପିକା ରଞ୍ଜୁବାଳା ନନ୍ଦଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ଦୋରା, ଅଭୟ କୁମାର ସାହୁ, ତ୍ରିନାଥ ଭୂୟାଁ ଙ୍କ ସମେତ ମହାବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)