ବିଶ୍ଵ ଜଳ ଦିବସ ପାଳିତ

ଜେ ବି ଏନ, ୨୫/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ, ସ୍ତାନୀୟ ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି। ଜଳ ଦିବସ ଉପଲକ୍ଷେ ଚିତ୍ରାଙ୍କନ, ସ୍ଲୋଗାନ ଲିଖନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ବିଶ୍ଵରେ ପାନୀୟଜଳର ସଙ୍କଟ ନିରାକରଣ ପାଇଁ ତୃଣମୂଳ ସ୍ତରରେ ଛାତ୍ରଛାତ୍ରୀ ମାନେ କିଭଳି ସଚେତନ ହେବେ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲେଖା ରାଉତ ଆଲୋଚନା କରିଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଗାୟତ୍ରୀ ପାତ୍ର ଜଳ ହିଁ ଜୀବନ ଜୀବନ ସୃଷ୍ଟିରେ ଜଳ ର ଭୂମିକା ଦର୍ଶାଇଥିଲେ। ଇକୋ କ୍ଲବ୍ ଓ ୟୁଥ୍ ଆଣ୍ଡ ଇକୋ କ୍ଲବ୍ ର ଶିକ୍ଷୟତ୍ରୀ ଶ୍ରୀମତୀ କନ୍ୟା କୁମାରୀ ଭୁତିଆ ଏହାକୁ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷୟତ୍ରୀ ଯଥା ମାନସୀ ବାଳା ମାହୁନ୍ତ, ଶର୍ମିଷ୍ଠା, ସ୍ନେହଲତା ତ୍ରିପାଠୀ, ଉର୍ମିଳା କର, ସୁଲୋଚନା ଭୁତିଆ, ମୀନା କୁମାରୀ ମିଶ୍ର ପ୍ରଭୂତି ସାହାଯ୍ୟ କରିଥିଲେ ।ସବାଶେଷରେ କନ୍ୟାକୁମାରୀ ଭୁତିଆ ଧନ୍ଯବାଦ୍ ଅର୍ପଣ କରି ସଭାଭଙ୍ଗ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


