ଆଜି ଅନୁଗୋଳ ଜିଲ୍ଲାରୁ ୦୭ ଜଣ କରୋନା ପଜିଟିଭ ଚିହ୍ନଟ
ପଜିଟିଭ ସଂଖ୍ୟା ୧୨୪୪୪ରେ ପହଞ୍ଚିଲା-ସୁସ୍ଥ ହେଲେ ୦୨ ଜଣ

………………………………..
ଜେ ବି ଏନ, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ ୨୫/୩/୨୦୨୧- ଆଜି ଅନୁଗୋଳ ଜିଲ୍ଲାରେ ୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ କେହି ଆକ୍ରାନ୍ତ ହୋଇ ନଥିବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ ରେ ସୀମିତ ଅଛି। ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ ଅଞ୍ଚଳରୁ ୩ ଜଣ (୨ ପୁରୁଷ ଓ ୧ ମହିଳା), ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୨ ଜଣ (୧ ପୁରୁଷ ଓ ୧ ମହିଳା),ତାଳଚେର ପୈ।ରାଞ୍ଚଳରୁ ୧ ଜଣ (୧ପୁରୁଷ) ଓ କଣିହାଁ ବ୍ଲକରୁ ୧ ଜଣ (୧ପୁରୁଷ) ଅଛନ୍ତି । ଲକ୍ଷଣ ଯୁକ୍ତ ଆକ୍ରାନ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ଓ୍ବ।ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୦୨ ଜଣ Home Isolation ରେ ଥିବାର ଜଣାପଡ଼ିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


