
ମାରୱାଡି ଯୁବମୋର୍ଚ୍ଚା ତରଫରୁ ହୋଲିକା ଦହନ ପାଳିତ
ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୨୮/୦୩/୨୦୨୧ ଢେଙ୍କାନାଳ ସହରର ଜବହାରଚଉକ ଠାରେ ମାରୁହାଡ଼ି ଯୁବ ମୋର୍ଚ୍ଚା ତରଫରୁ ହୋଲିକା ଦହନ ପାଳନ କରିଛନ୍ତି । ଭଗବାନ ବିଷ୍ଣୁ ଙ୍କ ର ପ୍ରିୟ ଭକ୍ତ ପ୍ରହଲାଦ କୁ ଅଗ୍ନିରେ ମାରିବା ପାଇଁ ହୀରଣ୍ୟକାଶ୍ୟପ ଯେଉଁ ପ୍ରୟାସ କରି ଥିଲେ, ଯାହାଦ୍ୱାରା ହୋଲିକା ରାକ୍ଷସୀ କୋଳରେ ପ୍ରହ୍ଲାଦ କୁ ଧରି ଅଗ୍ନିରେ ବସିଥିଲେ ।
ଯେଉଁଥିରେ ଭଗବାନ ପ୍ରହ୍ଲାଦ କୁ ରକ୍ଷା କରିବା ସହ ରାକ୍ଷସୀ ହୋଲିକା ଅଗ୍ନିରେ ପୋଡି ମୃତ୍ୟୁ ବରଣ କରିଥିଲା । ଏହି ହୋଲିକା ଦହନ କୁ ପାଳନ କରାଯାଇଥିଲା ମାରୁହାଡ଼ି ଯୁବ ମୋର୍ଚ୍ଚା ଦ୍ୱାରା । ଢେଙ୍କାନାଳରେ ଦୀର୍ଘ 1954 ମସିହାରୁ ମାରୁହାଡ଼ି ଯୁବ ମୋର୍ଚ୍ଚା ତରଫରୁ ଏହି ହୋଲିକା ଦହନ ପର୍ବ ପାଳନ ହୋଇଆସୁଛି । କୋରନା କଟକଣା କୁ ନଜରରେ ରଖି ଏହି ପର୍ବ ପାଳିତ ହୋଇଯାଇଛି । ମାରୁହାଡ଼ି ସମ୍ପ୍ରଦାୟ ନିଜ ଧର୍ମ ପରମ୍ପରା କୁ ବଜାୟ ରଖି ପ୍ରତିବର୍ଷ ଏହି ପର୍ବ ଦୋଳପୁର୍ଣିମା ଦିନ ଅତି ଆଗ୍ରହ ଓ ଉତ୍କଣ୍ଠା ର ସହ ପାଳନ କରିଆସୁଛନ୍ତି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-24.jpg)