ଭୁବନେଶ୍ୱର: ରୁଷିଆର କାଲିନିନଗ୍ରାଡ୍ ରିଜିଅନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା ଭସ୍କର୍ଯ୍ୟ ଉତ୍ସବରେ ସମ୍ମାନଜନକ ରୁଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬ ହାସଲ କରିଥିବା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ମଙ୍ଗଳବାର ଦିନ ଲୋକ ଭବନରେ ସମ୍ବର୍ଦ୍ଧିତ କରିଛନ୍ତି।
ଏହି ଉଲ୍ଲେଖନୀୟ ସଫଳତା ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଛନ୍ତି ଯେ, ଏହି ସମ୍ମାନ ହାସଲ କରିବାରେ ସେ ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ହୋଇଛନ୍ତି। ଏହି ସଫଳତା ଓଡ଼ିଶା ଓ ସମଗ୍ର ଦେଶ ପାଇଁ ଗର୍ବର ବିଷୟ ବୋଲି ରାଜ୍ଯପାଳ କହିବା ସହିତ ଏହା ବିଶ୍ୱସ୍ତରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଭାରତର ସମ୍ମାନକୁ ଆହୁରି ସୁଦୃଢ଼ କରିଚ୍ଛି ବୋଲି ମତ ପ୍ରକାଶ କରିଛନ୍ତି।
ଜଳବାୟୁ ପରିବର୍ତ୍ତନର ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜ ଏବଂ ମାନବଜାତି ଉପରେ ଏହାର ପ୍ରଭାବକୁ ଉପସ୍ଥାପନ କରିଥିବା ସୁଦର୍ଶନ ପଟ୍ଟନାୟକଙ୍କ ପୁରସ୍କାରପ୍ରାପ୍ତ ଏହି ବାଲୁକା ଭସ୍କର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ପରିବେଶଗତ ବାର୍ତ୍ତାର ପ୍ରଚାର ପ୍ରସାର ଏବଂ ବିଶ୍ୱ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କଳାକୁ ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ବ୍ୟବହାର କରିଆସୁଥିବାରୁ ରାଜ୍ଯପାଳ ଶିଳ୍ପୀଙ୍କୁ ପ୍ରଶଂସା କରିଥିଲେ। ସୁଦର୍ଶନ ପଟ୍ଟନାୟକଙ୍କ ଆଗାମୀ କଳାଯାତ୍ରାର ନିରନ୍ତର ସଫଳତା କାମନା କରି ରାଜ୍ୟପାଳ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ସେ ନିଜର ସୃଜନଶୀଳତା ମାଧ୍ୟମରେ ଆଗାମୀ ଦିନରେ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇବା ସହିତ ବିଶ୍ୱ ଦରବାରରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ଓ ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ। ରାଜ୍ଯପାଳ ପ୍ରଖ୍ୟାତ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଭବିଷ୍ୟତର ସମସ୍ତ ପ୍ରୟାସରେ ସଫଳତା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)