ପ୍ରିନ୍ସ ଫିଲିପ୍ ଙ୍କ ବିୟୋଗ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ

ଜେ ବି ଏନ, ୦୯/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ/ଲଣ୍ଡନ : ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ଫିଲିପ୍ଙ୍କ ପରଲୋକ ହୋଇଯାଇଛି। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପ୍ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଶେଷ ନିଃଶ୍ୱାସ ତ୍ୟାଗ କଲା ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ବକିଂହାମ ପାଲେସ ପକ୍ଷରୁ ପ୍ରକାଶ କରାଯାଇଛି। ଚଳିତ ମାସ ୨୧ ତାରିଖରେ ରାଣୀ ଏଲିଜାବେଥ ଦ୍ୱିତୀୟ ୯୫ତମ ଜନ୍ମଦିନ ପାଳିଥାନ୍ତେ। ଏହାର କିଛି ଦିନ ପୂର୍ବରୁ ଶୋକରେ ବୁଡ଼ି ଯାଇଛି ପୂରା ରାଜ ପରିବାର। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟିଶ ଲୋକ ତଥା ରୟାଲ ପରିବାରକୁ HRH ଦି ପ୍ରିନ୍ସ ଫିଲିପ, ଡ୍ୟୁକ୍ ଅଫ୍ ଏଡିନବର୍ଗଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି।

ଶ୍ରୀ ମୋଦୀ ଏକ ଟୁଇଟ୍ରେ କହିଛନ୍ତି, “ଏଚଆରଏଚ୍ ଦି ପ୍ରିନ୍ସ ଫିଲିପ୍, ଡ୍ୟୁକ୍ ଅଫ୍ ଏଡିନବର୍ଗଙ୍କ ଦେହାନ୍ତରେ ମୋର ଚିନ୍ତାଧାରା ବ୍ରିଟିଶ ଲୋକ ଏବଂ ରୟାଲ ଫ୍ୟାମିଲି ସହିତ ରହିଛି l ସେ ସାମରିକ କ୍ଷେତ୍ରରେ ଏକ ଭିନ୍ନ କ୍ୟାରିୟର ସ୍ରୁଷ୍ଟି କରିଥିଲେ ଏବଂ ଅନେକ ସମାଜ ସେବା ପଦକ୍ଷେପରେ ଆଗରେ ଥିଲେ | ତାଙ୍କର ଆତ୍ମାର ଶାନ୍ତି କାମନା କରିଥିଲେ ପ୍ରଧାନମନ୍ତ୍ରୀ । ”



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)