ପ୍ରଧାନମନ୍ତ୍ରୀ ମୋଦୀ ଭାରତ ରତ୍ନ ଡ. ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ଜେ ବି ଏନ, ୧୪/୦୪/୨୦୨୧, ରିପୋର୍ଟ ସୁଶିଲ କୁମାର ଆଇଚ, ନୂଆଦିଲ୍ଲୀ : ଆଜି ଭାରତ ରତ୍ନ ବାବାସାହେବ ଡାଃ ଭୀମରାଓ ଆମ୍ବେଦକରଙ୍କର ଜନ୍ମ ଜୟନ୍ତୀ l ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ରତ୍ନ ଡ. ବାବାସାହେବ ଆମ୍ବେଦକରଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଆମ୍ବେଦକର ଜୟନ୍ତୀ ଉପରେ ମହାନ ଡ. ବାବାସାହେବ ଆମ୍ବେଦକରଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ବଞ୍ଚିତ ବିଭାଗକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ତାଙ୍କର ସଂଗ୍ରାମ ଭବିଷ୍ୟତ ପିଢି ପାଇଁ ଏକ ଉଦାହରଣ ହୋଇ ରହିବ।
https://twitter.com/narendramodi/status/1382142457408737284?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1382142457408737284%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1711650



