କଟକ ଜିଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଆଦେଶନାମା ଅନୁଯାୟୀ ପୋଲିସ ଅଧିନିୟମ ଧାରା ୩୦ ଗତ ୧୭ ତାରିଖଠାରୁ ଆସନ୍ତା ମେ’ ୧୮ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଜିଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଆଦେଶନାମା ଅନୁଯାୟୀ, ସାଲେପୁର, ନିଶ୍ଚିନ୍ତକୋଇଲି, ନେମାଳ, ମାହାଙ୍ଗା, ଭଦ୍ରେଶ୍ୱର, କିଶନନଗର, ନିଆଳି, ଗୋବିନ୍ଦପୁର, ଓଲଟପୁର, ଟାଙ୍ଗୀ, ଗୁରୁଡ଼ିଝାଟିଆ, ଖୁଣ୍ଟୁଣୀ, ଆଠଗଡ଼, ତିଗିରିଆ, ବଡ଼ମ୍ବା, ମାଣିଆବନ୍ଧ, ନରସିଂହପୁର, ଯୋଡୁମ, କାନପୁର, ବାଙ୍କୀ ଓ ଭଦ୍ରେଶ୍ୱର ଥାନା ସୀମା ମଧ୍ୟରେ ଏହା ନିୟମ ଲାଗୁ ହେବ।
କୌଣସି ରାଜନୈତିକ ସଙ୍ଗଠନ କିମ୍ବା ବ୍ୟକ୍ତିବିଶେଷ ସାମୁହିକ ଭାବେ ଶୋଭାଯାତ୍ରା, ଧାରଣା, ଅନିୟନ୍ତ୍ରିତ ଗହଳି ସଙ୍ଗଠିତ ହେଉଥିବା ଓ ଏଥିଜନିତ ଶାନ୍ତିଭଙ୍ଗ ହେବାର ଆଶଙ୍କା ଥିଲେ, ସେଥିପାଇଁ ସମ୍ପୃକ୍ତ ଅଞ୍ଚଳର ଉପଖଣ୍ଡ ପୋଲିସ ଅଧିକାରୀ/ପୋଲିସ ନିରୀକ୍ଷକ/ଭାରପ୍ରାପ୍ତ ଅଧିକାରୀଙ୍କଠାରୁ ୩୦ଧାରା ଅନୁଯାୟୀ ଅନୁମତି ନେବାକୁ ପଡିବ ବୋଲି ଆଦେଶନାମାରେ ପ୍ରକାଶ ପାଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)