( ଜଗତସିଂହପୁର ଚିଫ ଜୁଡ଼ିସିଆଲ ମାଜିଷ୍ଟେଟ ଙ୍କ ଗୁରୁତ୍ୱପୁର୍ଣ ରାୟ )
ଜଗତସିଂହପୁର
ତା =21/3/23
କଳିର କାଳିମାରେ କଳୁଷିତ ମାନବ ସମାଜ | ସ୍ୱାର୍ଥ ପାଇଁ ଭୁଲି ଯାଉଛି ମାନବିକତା | ସ୍ୱାର୍ଥ ପାଇଁ ବନ୍ଧୁତ୍ୱ ମଧ୍ୟ୍ୟ ରେ ସୃଷ୍ଟି ହୋଇଛି ଫାଟ | କେଉଁଠି ବନ୍ଧୁ ପାଇଁ ବନ୍ଧୁ ଜୀବନ ଦେଉଛି ତ ଆଉ କେଉଁଠି ବନ୍ଧୁ ବନ୍ଧୁଙ୍କୁ ସ୍ୱାର୍ଥ ହାସଲ କରିବା ପରେ ପ୍ରତାରଣା ଦେଇଛି | ଶେଷରେ ଦୁଇ ବନ୍ଧୁ ଙ୍କ ମଧ୍ୟ୍ୟ ରେ ଉପୁଜିଥିବା ବିବାଦର ମାନ୍ୟବର କୋର୍ଟ ର ନ୍ୟାୟଧୀଶ ଙ୍କ ଦ୍ଵାରା ଘଟଣାର ଅବସାନ ଘଟିଛି | ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ସଁlପୁର ପଞ୍ଚାୟତ ମଇଉଦିନପୁର ଗ୍ରାମର ଜମିନ ଖାଁ ଏବଂ ବଳରାମପୁର ପଞ୍ଚାୟତ ଗୋପ ଗ୍ରାମର ସୁରେଶ ଚନ୍ଦ୍ର ସ୍ୱାଇଁ ଙ୍କ ମଧ୍ୟ୍ୟ ରେ ବନ୍ଧୁତ୍ୱ ର ନିବିଡ଼ ସମ୍ପର୍କଥିଲା | ପରବର୍ତ୍ତୀ ସମୟରେ ସୁରେଶ ହୋଟେଲ ବ୍ୟବସାୟ କରିବା ନିମନ୍ତେ ଜମିନ ଖାଁ ଙ୍କ ଠାରୁ ବାର ଲକ୍ଷ୍ୟ ଟଙ୍କା ଧାର ସୂତ୍ରରେ ନେଇଥିଲେ | ପରବର୍ତ୍ତୀ ସମୟରେ ଜମିନ ଖାଁ ବାରମ୍ବାର ସୁରେଶ ଙ୍କୁ ଟଙ୍କା ମାଗିବାରୁ ଶେଷରେ ସୁରେଶ ବାର ଲକ୍ଷ୍ୟ ଟଙ୍କା ର ଏକ ବ୍ୟାଙ୍କ ଚେକ ଜମିନ ଖାଁ ଙ୍କୁ ପ୍ରଦାନ କରିଥିଲେ | ଜମିନ ଚେକ ବ୍ୟାଙ୍କ ରେ ଲଗାଇ ଥିଲେ ହେଲେ ସୁରେଶ ଙ୍କ ଆକାଉଣ୍ଟ ରେ ଆବଶ୍ୟକୀୟ ଅର୍ଥ ନ ଥିବାରୁ ଚେକ ବାଉଁଶ ହୋଇଥିଲା | ପରବର୍ତ୍ତୀ ସମୟରେ ଜମିନ ଖାଁ ଆଇନୀଜୀବି ପୁର୍ଣ ମଉଳି ମହାନ୍ତି ଙ୍କ ଜରିଆରେ ଜଗତସିଂହପୁର ଚିଫ ଜୁଡ଼ିସିଆଲ ମାଜିଷ୍ଟେଟ ଙ୍କ ନିକଟରେ ଏକ ମକଦମା ରୁଜୁ କରିଥିଲେ | ଶେଷରେ ମାନ୍ୟବର ଜଜ ପ୍ରିୟ ରଞ୍ଜନ ମିଶ୍ର ଚେକ ବାଉଁଶ କେସ ର ବିଚାର କରି ମୁଦାଲା ସୁରେଶ ଚନ୍ଦ୍ର ସ୍ୱାଇଁ ନିର୍ଦିଷ୍ଟ ସମୟ ଭିତରେ ବାର ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ସହିତ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




