(ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ.ଅନୁଷ୍ଠିତ )
..
ଜଗତସିଂହପୁର
:ତା =21/3/23
ଜଗତସିଂହପୁର ଜିଲ୍ଲାର ଖ୍ୟାତନାମା ଯାତ୍ରା ଅଭିନେତା ତଥା ନିର୍ଦ୍ଦେଶକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜନ୍ମମାଟି ତଥା ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ସମଙ୍ଗ ଜେନାସାହି ଠାରେ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସ୍ମୃତି ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆସନ୍ତା ପାଞ୍ଚବର୍ଷ ଯାଏ ପ୍ରତିବର୍ଷ “ଉତ୍ସବ ନବରସ” ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ଏଥି ସହିତ ପ୍ରତ୍ୟେକ ବର୍ଷ ଜନ୍ମ ଜୟନ୍ତୀ ପାଳନ ଅବସରରେ ଦୁଇ ଦିନ ଧରି ନାଟକ ମଞ୍ଚସ୍ଥ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ପ୍ରସ୍ତୁତି ବୈଠକରେ ଭଗବାନ ବିଶ୍ୱାଳ, ସୁରେଶ ରାଉତ, ଇଂ ଆଶୁତୋଷ ମହାପାତ୍ର, ଅଧ୍ୟାପକ ତଥା ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ, ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ ସୁପୁତ୍ର ତଥା ସାମ୍ବାଦିକ ତପନ ରାଉତରାୟ ,ଅଜୟ ଗୋଛାୟତ, ଜଗନ୍ନାଥ ମୁଦୁଲି, ବିକ୍ରମ ରାଉତ, ଅଭିନେତା ଅଶୋକ ଜେନା, ସମୀର ପଟ୍ଟନାୟକ, ସାମ୍ବାଦିକ ତାରାପଦ ମହାନ୍ତି, ବିଜୁ ତରାଇ ପ୍ରମୁଖ ଯୋଗଦେଇ ଉତ୍ସବ ପାଳନକୁ କିଭଳି ସରସ ସୁନ୍ଦର ଭାବରେ କରାଯିବ ସେ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ନାଟ୍ୟଶ୍ରୀ ଙ୍କ ସ୍ମୃତିରକ୍ଷା ପାଇଁ ସମସ୍ତେ ଚେଷ୍ଟିତ ରହିବେ ଓ ଆଗାମୀ ଦିନରେ “ନବରସର ନାୟକ” ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ ସ୍ମୃତିକୁ ଉଦ୍ଜୀବିତ କରି ଜ଼ିଲ୍ଲା ତଥା ରାଜ୍ୟରେ କଳାକାର ମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ବୈଠକରେ ଦୃଢ଼ ନିଷ୍ପତ୍ତି ନିଆଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-1-scaled.jpg)