( ଶିଆଳି ବେଳାଭୂମି ଗେଷ୍ଟ ହାଉସ ରେ ଜଗତସିଂହପୁର ତହସିଲଦାର ଙ୍କ ସରକାରୀ ଗାଡି | କାହା ସ୍ୱାର୍ଥ ରେ….? )

ଜଗତସିଂହପୁର
ତା =25/3/23
ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ଶିଆଳି ବେଳାଭୂମି ର ସ୍ୱତନ୍ତ୍ର ମାନ୍ୟତା ରହିଛି | ଦୈନ ଦିନ ରାଜ୍ୟ ବାହାରୁ ସହ ସହ ପ୍ରକୁତି ପ୍ରେମୀ ପ୍ରକୁତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ନିମନ୍ତେ ଶିଆଳି ବେଳାଭୂମି ଅଞ୍ଚଳକୁ ଧାଇଁ ଆସିଥାନ୍ତି |ଏଠାକାର ପ୍ରକୁତିକ ଦୂର୍ଷ୍ୟ ସତେ ବେଶ ମନୋହର |ବେଳା ଭୂମିର ବିକାଶ ପାଇଁ ନିକଟରେ ଗେଷ୍ଟ ହାଉସ ସବୁଜ ଝାଉଁ ବଣ |ବିଟ ହାଉସ ପ୍ରଭୁତି ନିର୍ମାଣ କରାଯାଇଛି | ଛୁଟି ଦିନ ମାନଙ୍କ ରେ ହଜାର ହଜାର ଜନ ସାଧାରଣ ବେଳା ଭୂମି ଅଞ୍ଚଳ ରେ ଆନନ୍ଦ ଉଲ୍ଲସ ର ଭୋଜି ର ଆୟୋଜନ କରି ଥାନ୍ତି | କିନ୍ତୁ ଛୁଟିଦିନ ମାନଙ୍କ ରେ ଜଗତସିଂହପୁର ତହସିଲଦାର ସରକାରୀ ଗାଡ଼ିର ର ଅପବ୍ୟବହାର କରି ଅନେକ ମହିଳା କର୍ମଚାରୀମାନଙ୍କୁ ଗାଡ଼ିରେ ରେଶିଆଳି ସ୍ଥିତ ସରକାରୀ ଗେଷ୍ଟ ହାଉସ ରେ ଭୋଜି ର ଆୟୋଜନ କରି ଚର୍ଚ୍ଚା ର ସମ୍ମୁଖୀନ ହୋଇଛନ୍ତି | ତେବେ ଦର୍ଶକ ଏହି ଘଟଣା ଙ୍କୁ ଘୋର ନିନ୍ଦା କରିଛନ୍ତି |ଜଣେ ସରକାର ଙ୍କ ବେତନ ଭୋଗୀ ଅଧିକାରୀ ଛୁଟି ଦିନରେ ସରକାରୀ ଗାଡିର ଅପବ୍ୟବହାର କରିବା କେତେ ଦୂରୁ ଠିକ ତାହା ତଦନ୍ତ ସାପେକ୍ଷ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



