ଅନୁଗୋଳ ରେ ବାର୍ ଆସୋସିଏସନ୍ ନିର୍ବାଚନ ଶେଷ
ଅନୁଗୋଳ ଜିଲ୍ଲା ଅନୁଗୋଳ କୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ନିର୍ବାଚନ ଶେଷ ହୋଇଯାଇଛି। ଏଥରେ ବାର୍ ଆସୋସିଏସନ୍ ର ସମସ୍ତ ସଦସ୍ୟ ଓ ସଦସ୍ୟା ଭାଗ ନେଇଥିଲେ। ସଭାପତି ଭାବେ ଦିଲ୍ଲୀପ କୁମାର ସାହୁ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ସୋମନାଥ ରାଉତ ୭୪ ଖଣ୍ଡ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ। ସେହିପରି ଉପ ସଭାପତି ଭାବେ ନିରୋଦ କୁମାର ମିଶ୍ର, ସାଧାରଣ ସମ୍ପାଦକ ଭାବେ ହିମାଂଶୁ ଭୁଷଣ ସାମଲ, ସହ ସମ୍ପାଦକ ପ୍ରେମାନନ୍ଦ ସାହୁ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ସାଂସ୍କୃତିକ ସମ୍ପାଦକ ପ୍ରଦୀପ ଚନ୍ଦ୍ର ପ୍ରଧାନ ବିଜୟୀ ହୋଇଥିବା ବେଳେ ବରିଷ୍ଠ ଓକିଲ ପ୍ରମୋଦ ଚନ୍ଦ୍ର ପ୍ରଧାନ ନିର୍ବାଚନ ଭର ବହନ କରିଥିଲେ।




