(ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ ନିମନ୍ତେ ଦାବି )
ଜଗତସିଂହପୁର
ତା =31/3/23
ଜଗତସିଂହପୁର ବ୍ଲକ ମଧୁସୂଦନପୁର ପଞ୍ଚାୟତ କେନ୍ଦାଳ ଗ୍ରାମର ବନ୍ଧୁ ରାଉତ ଜଣେ ଗରିବ ଦିନ ମଜୁରୀଆ । କୋଡ଼ିଏ ବର୍ଷ ପୂର୍ବେ ବାପା ଙ୍କୁ ହରାଇଥିବା | ଆଠ ବର୍ଷ ହେବ ମାଆ ଆରପାରିକୁ ଚାଲିଗଲା ପରେ ବନ୍ଧୁ ରାଉତ କେରଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଛୁଟିରେ ନିଜ ଘରକୁ ଆସିଥିଲେ। ହଠାତ୍ ଦେହ ଖରାପ ହେବା ସହିତ ଅସୁସ୍ଥ ହୋଇ ପଡିଲେ। ଧିରେଧିରେ କଥା କହିବାର ଶକ୍ତି ମଧ୍ୟ ହରାଇ ବସିଲେ। ଦୁଇ ଗୋଡ଼ ଅଚଳ ହୋଇଗଲା । ଯେତେ ଚେଷ୍ଟା କଲେ ଚାଲିବାରେ ବହୁତ କଷ୍ଟ ଅନୁଭବ କରୁଥିଲା । କିଛି ବାଟ ଚାଲିଲା ବେଳକୁ ପଡ଼ି ଯାଉଛନ୍ତି। ଚାଲିବା ଲାଗି ଅନ୍ୟର ସାହାରା ନେବାକୁ ପଡୁଛି। ଭାଇ ଭାଉଜ ଏହି ଭଳି ପରିସ୍ଥିତି ରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ବର୍ତମାନ ବନ୍ଧୁ ଭାଇ ଭାଉଜ ଙ୍କ ପାଖରେ ଖାଉଛନ୍ତି। ତାଙ୍କର ଦୁଇ ଗୋଡ଼ ଅଚଳ ହୋଇ ପଡ଼ିଥିବାରୁ ଡାକ୍ତର ଙ୍କ ଚିକିତ୍ସା ଅନୁସାରେ ୫୦ ପ୍ରତିଶତ ଭିନ୍ନକ୍ଷମ ବୋଲି ଜଣା ପଡିଛି। ବନ୍ଧୁ ରାଉତ ଙ୍କ ଏହି ଭଳି ଦୁଃଖଦ ପରିସ୍ଥିତିରେ ଖବର ପାଇ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ୟ ରଶ୍ମୀ ରଞ୍ଜନ ମହାନ୍ତି ପ୍ରମୁଖ ତାଙ୍କ ଘରେ ପହଞ୍ଚି ଦେଖିଲେ ଯେ ବନ୍ଧୁ ରାଉତ ଙ୍କୁ ଚଳ ପ୍ରଚଳ କରିବା ପାଇଁ ନିହାତି ଟ୍ରାଇ ସାଇକେଲ ଟିଏ ଆବଶ୍ୟକ। ସମସ୍ତ କାଗଜପତ୍ର ସଂଗ୍ରହ କରି ଜିଲ୍ଲା ପ୍ରଶାସନର ଦୁଷ୍ଟି ଆକର୍ଷଣ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



