(ପ୍ରସନ୍ନପୂର ଗ୍ରାମରେ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ କୁ ନେଇ ବିରୋଧି -ଶାସକ ମୁହାଁମୁହିଁ )
ଜଗତସିଂହପୁର
ତା =31/3/23
ବାଲିକୁଦା ବ୍ଲକ ରାହଣ ପଞ୍ଚାୟତ ସ୍ଥିତ ପ୍ରସନ୍ନପୁର ଠାରେ ଥିବା ଗ୍ରାମ୍ୟ ପୋଖରୀ ର ପଙ୍କ ପୁନଃଉଦ୍ଧାର କାର୍ଯ୍ୟ ସମିତି ସଭ୍ୟ ପ୍ରତିନିଧି ଙ୍କ ତତ୍ଵାବଧାନରେ ଚାଲିଛି | ଏହି ପୁନଃ ଉଦ୍ଧାର କାର୍ଯ୍ୟ କୁ ନେଇ ବିରୋଧ ଏବଂ ଶାସକ ଦଳ ର ନେତୃବୃନ୍ଦ ମୁହାଁମୁହିଁ ହୋଇଛନ୍ତି | ଯେଉଁଥି ପାଇଁ ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି | ବିରୋଧି ପ୍ରକୁତ ପକ୍ଷେ କେଉଁ ଯୋଜନା ରେ କାର୍ଯ୍ୟ କରାଯାଉଛି |କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ କଣ ପାଇଁ ନିର୍ମାଣ କରାଯାଇନାହିଁ | ପୋକଲିନ ସାହାଯ୍ୟ ରେ ପୋଖରୀ କଣ ପାଇଁ ଖୋଳାଯାଉଛି ଯୁକ୍ତି ଦର୍ଶାଇ ଥିବା ବେଳେ ଶାସକ ଦଳର କର୍ମକର୍ତା ବିଧାୟକ ଙ୍କ ଅନୁଦାନ ପାଣ୍ଠି ରୁ ଦଶ ଲକ୍ଷ୍ୟ ଟଙ୍କା ଅନୁଦାନରେ ପ୍ରସନ୍ନପୁର ଗ୍ରାମ୍ୟ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ କରାଯାଉଛି |ଏହା ବିଧାୟକ ଙ୍କ ର ଏକ ଯୁଗାନ୍ତକାରୀ ପଦକ୍ଷେପ |କାରଣ ଅଂଚଳବାସୀ ଏହି ପୋଖରୀ ଉପରେ ସମ୍ପୂର୍ଣ ନିର୍ଭରଶିଳ ହେଉଥିବାରୁ ପୋଖରୀ ରୁ ପଙ୍କ ଉଦ୍ଧାର କରି ସୌଦର୍ଯ୍ୟ କରଣ ବୃଦ୍ଧି କରାଯାଉଛି |ଏହା କୁ ଅଂଚଳବାସୀ ଖୁବ ପ୍ରଶଂସା କରୁଛନ୍ତି |ବିରୋଧି ଏହାକୁ ନେଇ ରାଜନୀତି କରଣ କରିବା ହାସ୍ୟାସ୍ପଦ ଘଟଣା ବୋଲି ମତ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



