ଏମକେସିଜି ମେଡ଼ିକାଲରେ ଲିଫ୍ଟ ଅଚଳ
ବ୍ରହ୍ମପୁର,୩/୪/୨୩: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କୁ ସୁବିଧା ଦେବା ସହ ଏହାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନାନା ପ୍ରକାର ବ୍ୟବସ୍ଥା କରାଯାଉଥିବା ବେଳେ ଏହାକୁ ସୁଚାରୁରୂପେ ତୁଲାଇ ପାରୁ ନ ଥିବା ଯୋଗୁଁ ଏମକେସିଜି
ମେଡିକାଲ କଲେଜର ରୋଗୀ ଓ ତାଙ୍କ ସମ୍ପର୍କୀୟ
ସବୁବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମକେସିଜି ମେଡିକାଲରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି । ଏହି ବିଭାଗଗୁଡିକୁ ଯିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥିଲେ ମଧ୍ୟ ସେଗୁଡ଼ିକ ମଧ୍ୟରୁ କିଛି ଲିଫ୍ଟ ଅଚଳ ହୋଇ ପଡ଼ିରହିଛି। ଦୀର୍ଘ ଧରି ଏହି ଲିଫ୍ଟଗୁଡିକ ଅଚଳ ହୋଇ ପଡ଼ି ରହୁଥିବା ଯୋଗୁଁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସମସ୍ୟା ବଢ଼ିଛି। ଗୁରୁତର ରୋଗୀଙ୍କୁ ଉପର ମହଲାକୁ ନେବାକୁ ହେଲେ ଷ୍ଟ୍ରେଟର ଦ୍ବାରା ଧଡ଼ଧଡ଼ିଆସ୍ଲୋପ୍ରେ ଅତି ବିପଦପୂର୍ଣ୍ଣ ଭାବେ ଟାଣି ନେଉଥିବା ଦେଖିବାକୁ ମିଳୁଛି। ଆଜି ସକାଳ ସମୟରେ ଏନକେସିଜି ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗର ଥିବା ଲିଫ୍ଟ ଅଚଳ ଚାଳୁଥିବା ବେଳେ ଅଠାତ୍ ଲିଫ୍ଟ ଟି ବନ୍ଧ ରହିବା ଫଳରେ ସେହି ଲିଫ୍ଟରେ ଫସିରହିଲେ ରୋଗୀଙ୍କ ସଂପର୍କୀୟ । ତୁରନ୍ତ ଏ ଦିଗରେ ପ୍ରଶାସନ ତଥା ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-23.jpg)