ବିଶ୍ଵକର୍ମା ପୂଜା ପାଇଁ ମୂର୍ତ୍ତିର ପସରା ଖୋଲିଛି
ବିଶ୍ୱକର୍ମା ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହର। ପୂଜା ପାଇଁ ବିଭିନ୍ନ ବଜାର ଓ ଛକରେ ଖୋଲିଛି ମୂର୍ତ୍ତିର ପସରା। ଭଳିକି ଭଳି ଆକର୍ଷଣୀୟ ମୂର୍ତ୍ତି କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଜମୁଛି।
ଢେଙ୍କାନାଳ ସହରର ଜବାହର ଚୌକ ସମେତ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଇଁ ମୂର୍ତ୍ତି ବିକ୍ରି ଆରମ୍ଭ ହୋଇଛି। ଜବାହର ଚୌକସ୍ଥିତ ପାତ୍ର ବୁକ୍ ଷ୍ଟୋର ପକ୍ଷରୁ ଦୀର୍ଘ ୨୫ ବର୍ଷ ଧରି ମୂର୍ତ୍ତି ବ୍ୟବସାୟ କରାଯାଉଛି। ଚଳିତ ବର୍ଷ ମଧ୍ୟ ବିଭିନ୍ନ ଆକାର ଓ ଡିଜାଇନର ବିଶ୍ୱକର୍ମାଙ୍କ ମୂର୍ତ୍ତି ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ମୂର୍ତ୍ତିର ଦାମ ୧୦୦ ଟଙ୍କାରୁ ଆରମ୍ଭ ହୋଇ ୧୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପୂଜାକୁ ଆଉ କିଛି ଦିନ ବାକି ଥିବାରୁ ମୂର୍ତ୍ତି ବଜାରରେ ଉତ୍ସାହ ବଢ଼ିବା ସହ ବ୍ୟବସାୟୀମାନେ ମଧ୍ୟ ଭଲ ବ୍ୟବସାୟ ନେଇ ଆଶାବାଦୀ ଅଛନ୍ତି।



