ଥାଲୁକୁଡି ପଞ୍ଚାୟତର ବିଜେପି ସରପଞ୍ଚ ପାର୍ଥି, ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦାନ
ଥାଲୁକୁଡି ପଞ୍ଚାୟତରେ ସୁଦୃଢ ହେଉଛି ବିଜେଡି ସଙ୍ଗଠନ -ପ୍ରମିଳା ମଲ୍ଲିକ




ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ଜନହିତକର ଯୋଜନା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ କାର୍ଯ୍ୟାଶୈଳୀ ଏବଂ ଲୋକପ୍ରିୟତା ଉପରେ ଭରଷା ପ୍ରକଟ କରି ଥାଲୁକୁଡି ପଞ୍ଚାୟତର ବିଯୁଜନତା ଦଳର ପଞ୍ଚାୟତ ସଭାପତି ବିଜୟ ପାତ୍ରଙ୍କ ନେତୃତ୍ୱରେ ଦଶରଥପୁର ବ୍ଲକ ଥାଲୁକୁଡି ପଞ୍ଚାୟତରେ ବିଜେପି ଦଳରୁ ହୋଇଥିବା ସରପଞ୍ଚ ପାର୍ଥି ମିନତୀ ମଲ୍ଲିକ, ଦଶରଥପୁର ବ୍ଲକର ପୂର୍ବତନ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ପଙ୍କୋଜ ପୃଷ୍ଟି , ଥାଲୁକୁଡି ପଞ୍ଚାୟତର ବିଜେପି ସଭାପତି ପଦ୍ମନାଭ ସାହୁ, ବିଜେପିର ଜୋନ ସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ, ଥାଲୁକୁଡି ପଞ୍ଚାୟତର ୧୭ ନମ୍ବର ୱାର୍ଡ ସଭ୍ୟା ସରୋଜିନୀ ଦଳେଇ,ଯୁବନେତା ହିମାଂଶୁ ନନ୍ଦୀ, ଅମରେନ୍ଦ୍ର ପୃଷ୍ଟି, ବନମାଳୀ ମଲ୍ଲିକ,ସଞ୍ଜୟ ପାତ୍ର,ଗୀତାଞ୍ଜଳି ମଲ୍ଲିକ, ରାଧାରାଣୀ ମଲ୍ଲିକ, ଅର୍ଜୁନ ମଲ୍ଲିକ, ପ୍ରକାଶ ପାତ୍, ସେକ ମୋସିମ, ରତିକାନ୍ତ ସାହୁ, ସଞ୍ଜୟ ପାତ୍ର,ଅର୍ଜୁନ ଦଳେଇ, ରମାକାନ୍ତ ବିଶ୍ୱାଳ, ଶଶିକାନ୍ତ ନାୟକ, ସୁବ୍ରତ ସାହୁ ପ୍ରମୁଖଙ୍କ ସମେତ ପଞ୍ଚାୟତର ବହୁ ମହିଳା ଓ ଯୁବନେତା କଂଗ୍ରେସ ଓ ବିଜେପି ଦଳ ତ୍ୟାଗ କରି ବିଧିବଦ୍ଧ ଭାବେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତିରେ ବିଯୁଜନତା ଦଳରେ ସାମିଲ ହୋଇଥିଲେ | ବିଯୁଜନତା ଦଳରେ ସାମିଲ ହେବାପରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲ ହାର ପିନ୍ଧାଇ ସମ୍ବର୍ଦ୍ଧିତ କରିବା ସହ ଆଗାମି ଦିନରେ ଥାଲୁକୁଡି ପଞ୍ଚାୟତରେ ବିଯୁଜନତା ଦଳର ସଙ୍ଗଠନ ଆହୁରି ସୁଦୃଢ ହେବ ବୋଲି କହିଥିଲେ | ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ| ନୂତନ କରି ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଯୁଜନତା ଦଳରେ ସାମିଲ ହୋଇଥିବା କର୍ମୀ ଓ ନେତା ମାନେ ମଧ୍ୟ ଆଗାମି ଦିନରେ ବିଯୁଜନତା ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଥିଲେ |ଉକ୍ତ ମିଶ୍ରଣ ପର୍ବ ସମୟରେ ଥାଲୁକୁଡି ପଞ୍ଚାୟତର ଯୁବ ସଙ୍ଗଠକ ସତ୍ୟରଞ୍ଜନ କୁଣ୍ଡୁ, ଯୁବନେତା ଅନ୍ନଦା ପ୍ରସାଦ ପାଣ୍ଡଵ,ଭରତ ମଲ୍ଲିକ,ଥାଲୁକୁଡି ପଞ୍ଚାୟତର ପ୍ରଭାରି ଦିଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




