ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ ଙ୍କ ତଳଗଡ ପଞ୍ଚାୟତ ପରିଦର୍ଶନ


ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ ଆଜି ଅନୁଗୋଳ ବ୍ଲକ ଅନ୍ତର୍ଗତ ତଳଗଡ ପଞ୍ଚାୟତ ଗସ୍ତ କରିଥିଲେ। ଏହା ଅବସରରେ ପ୍ରଥମେ ତଳଗଡ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଅରବିନ୍ଦ ପ୍ରଧାନ ଙ୍କ ଅଧକ୍ଷତାରେ ପଞ୍ଚାୟତରେ ପାନୀୟ ଜଳ ବ୍ୟବସ୍ଥାର ଏକ ସମିକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଓଡିଶା ସରକାରଙ୍କ ପାନୀୟ ଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ପଞ୍ଚାୟତରେ ଚାଲିଥିବା ବସୁଧା ଯୋଜନାର ପ୍ରକଳ୍ପ ଗୁଡିକ ବିଷୟରେ ଆଲୋଚନା ହୋଇଥିଲା। ଏହା ସହିତ ଉପଦେଷ୍ଟା ତଳଗଡ, ରଗୁଡିଆପଡା, ବାଘମରା ଗ୍ରାମର ବିଭିନ୍ନ ସାହି ରେ ଥିବା ସମସ୍ତ ପ୍ରକଳ୍ପ ଓ ପାନୀୟ ଜଳ ର ଉତ୍ସ ଗୁଡିକୁ ବୁଲି ଦେଖିଥିଲେ ଓ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଗ୍ରାମବାସୀ ମାନେ ମଧ୍ୟ ନିଜର ସମସ୍ୟା ବିଷୟରେ ଅବଗତ କରାଇଥିଲେ।ଏହି ବୈଠକରେ ପଞ୍ଚାୟତ ର ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ପ୍ରଧାନ, ପ୍ରଦୀପ ଦେହୁରୀ, ଅନିରୁଧ ସାହୁ, ଭରତ ସାହୁ, ଓ୍ବାର୍ଡମେମ୍ବର, ସିରପି, ଏମବିକେ, କୃଷିମିତ୍ର, ପ୍ରାଣୀମିତ୍ର, ସ୍ବୟଂ ସାହାୟିକା ଗୋଷ୍ଠି ର ମହିଳା ତଥା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।




