ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ତେଲଙ୍ଗାନାରେ ସିକନ୍ଦରାବାଦ ରେଳ ଷ୍ଟେଶନରେ ପହଞ୍ଚି ସିକନ୍ଦରାବାଦ-ତିରୁପତିର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ତେଲଙ୍ଗାନା ଭାଜପା ସଭାପତି ସଞ୍ଜୟ କୁମାର ବାନ୍ଦି , ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।




