ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ମଦର୍ ଓରେଣ୍ଟସନ ପ୍ରୋଗ୍ରାମ।


ଚୌଦ୍ୱାର ମୁନିସିପlଳିଟୀ ଟାଉନ୍ ହଲ୍ ଠାରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ହେଙ୍ଗୁଲାଇ ରୋଡ଼ ଦ୍ୱାରା 2023-24 ବର୍ଷ ଲାଗି ପ୍ରଥମ mothers training ପ୍ରୋଗ୍ରାମ ଅନୁଷ୍ଠିତ ହେଇଯାଇଛି।ଉକ୍ତ ପ୍ରୋଗ୍ରାମ କୁ କଟକ ଶିଶୁ ମଙ୍ଗଳ ର ପୂର୍ବତନ ଅଧକ୍ଷା ଶ୍ରୀମତୀ ମନ୍ଦାକିନି ଜେମା ଉଦଘାଟନ କରିଥିଲେ।ରାଜ୍ୟ ସମାଜ ସେବି ସଂଘର ଅଧ୍ୟକ୍ଷ ଶ୍ରୀ ନରତ୍ତମ ଦାସ ଉପସ୍ଥିତ ରହିଥିଲେ। ସ୍କୁଲ୍ ର ଅଧ୍ୟକ୍ଷ ଡ଼ ଶକ୍ତି ପ୍ରସାଦ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଶହେ ରୁ ଅଧିକ ମାତୃ ମାନେ ସେମାନଙ୍କ ର ପିଲା ମାନଂକ ସହ ଉପସ୍ଥିତ ଥିଲେ।ସ୍କୂଲ ଆଉ ପରିବାର ମିଶି କିପରି ଭଲ ପିଲା ଗଢି ତୋଳିବା ସେଇ ଉପରେ ଆଲୋଚନା ହେଇଥିଲା।ସ୍କୂଲ ର ଅଧକ୍ଷ ସ୍କୂଲ ର ସମସ୍ତ ନିତି ନିୟମ ଉପରେ ଅଲୋଚନ କରିଥିଲେ।ସ୍କୂଲର ଶିକ୍ଷୟତ୍ରୀ ପ୍ରଜ୍ଞl ମହାନ୍ତି ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ ଆଉ ଶିକ୍ଷୟତ୍ରୀ ପରିଚାଳନା ରେ ସାହାଯ୍ୟ କରିଥିଲେ।ଆଗକୁ ଏପରି ସ୍କୁଲ୍ ଏହିପରି ମାତୃ ସଚେତନତା ପ୍ରୋଗ୍ରାମ ଚାଲୁ ରଖିବା ଲାଗି ଅନୁରୋଧ କରିଥିଲେ।
ଚୌଦ୍ୱାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୂଜ୍।




