“ପ୍ରବାସୀ ଓଡିଆ ନିର୍ଦ୍ଦେଶାଳୟ” ସ୍ଥାପନ କରିବାକୁ ଘୋଷଣା
1. ରାଜ୍ୟ ସରକାର ଓଡିଶା ପରିବାର ନିର୍ଦ୍ଦେଶାଳୟ ଗଠନ ନିମନ୍ତେ ନୀତିଗତ ନିଷ୍ପତି ନେଇଛନ୍ତି । ଦେଶ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଶାବାସୀଙ୍କ ପାଇଁ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବା ।
2. ପ୍ରବାସୀ ଭାରତୀୟଙ୍କ ଅନୁପାତରେ ପ୍ରବାସୀ ଓଡ଼ିଶାବାସୀଙ୍କ ସଂଖ୍ୟା କିଛି କମ ନୁହେଁ । ଓଡିଶାର ନୌବାଣିଜ୍ୟର ସ୍ଵଶ୍ଚିମ ଆଧ୍ୟାୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ । ପ୍ରବାସୀ ଓଡିଶାବାସୀମାନେ ଏହି ଜଗତୀକରଣ ପ୍ରକ୍ରିୟାରେ ନିଜର ଅଭିବୃଦ୍ଧି ଦକ୍ଷତା ପାଇଁ ଦେଶ ତଥା ବିଦେଶକୁ ଯାଇ ଉଚ୍ଚ ଶିକ୍ଷା , ଗବେଷଣା , ଶିଳ୍ପାଦ୍ୟଗ ତଥା ନିଯୁକ୍ତି ଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି ଏବଂ ମାତୃଭୂମିର ବିକାଶ ପାଇଁ ଆଗ୍ରହ ପ୍ରକାଶ କରିଆସୁଛନ୍ତି । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡିଶାର ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି | ବହୁ ସଂଖ୍ୟକ ଓଡିଶାବାସୀ ଦେଶର ଅନ୍ୟ ରାଜ୍ୟରେ ବିଭିନ୍ନ ବୃତ୍ତିରେ କାର୍ଯ୍ୟ କରୁଛନ୍ତି ଏବଂ ଓଡିଶାର ଅଭିବୃଦ୍ଧି କାହାଣୀର ଏକ ଭୂମିକା ନେବାକୁ ଚାହାଁନ୍ତି ।
3. ଭାରତର କେତେକ ବିକଶିତ ରାଜ୍ୟ ସରକାର ସେମାନଙ୍କ ଅଣବାସିନ୍ଦା ନାଗରିକଙ୍କ ଆଗ୍ରହ ଏବଂ କଲ୍ୟାଣ ନିମନ୍ତେ ଉତ୍ସର୍ଗୀକୃତ ସଂସ୍ଥା ଗଠନ କରିଛନ୍ତି । ଓଡ଼ିଶା ସରକାର ଏହି ପ୍ରବାସୀ ଓଡିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଜଡିତ ହେବା ପରିପ୍ରେକ୍ଷୀରେ ସେମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିବାର ଆବଶ୍ୟକତାକୁ ହୃଦୟଙ୍ଗମ କରିଛନ୍ତି ଯାହା , ରାଜ୍ୟ ସରକାର ଏବଂ ପ୍ରବାସୀ ଓଡିଆଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ |
4. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦେଶ ତଥା ବିଦେଶ ଗସ୍ତ ସମୟରେ ସେଠାରେ ଥିବା ପ୍ରବାସୀ ଓଡିଶାବାସୀ ଏବଂ ସଂଗଠନ ଅନେକ ସମୟରେ ଓଡିଶାର ଅଭିବୃଦ୍ଧି କାହାଣୀରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ ପାଇଁ ଏକ ପ୍ରକୃଷ୍ଟ ସରକାରୀ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ନିବେଦନ କରି ଆସୁଛନ୍ତି ।
5. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଚଳିତ ଜାପାନ ଗସ୍ତ ସମୟରେ ପ୍ରବାସୀ ଓଡିଶାବାସୀ ଏବଂ ସଂଗଠନ ଓଡିଆ ଭାଷା , ସାହିତ୍ୟ , କଳା , ସଂସ୍କୃତି ଏବଂ ଜଗନ୍ନାଥ
ii .
iii .
ଚେତନାର ବିକାଶ ପାଇଁ ଏକ ପ୍ରକୃଷ୍ଟ ସରକାରୀ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ନିବେଦନ କରିଛନ୍ତି ।
i . ସାଂସ୍କୃତିକ ପ୍ରସାର , କର୍ମଜୀବି , ଛାତ୍ର , କ୍ଲିୟରାନ୍ସ ଇତ୍ୟାଦି ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ସରକାରୀ ବିଭାଗଗୁଡିକ ସହିତ ଇଣ୍ଟରଫେସର ଏକକ ପଏଣ୍ଟ ଭାବରେ କାର୍ଯ୍ୟ କରିବା ।
6. ତେଣୁ ଦେଶ ତଥା ସାରା ବିଶ୍ବରେ ପ୍ରବାସୀ ଓଡିଶାବାସୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଏକ ଓଡିଶା ପରିବାର ନିର୍ଦ୍ଦେଶାଳୟ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଉକ୍ତ ନିର୍ଦ୍ଦେଶାଳୟ ପ୍ରବାସୀ ଓଡ଼ିଶାବାସୀଙ୍କ ଜ୍ଞାନ , କୌଶଳ ତଥା ବିଶ୍ବସ୍ତରୀୟ ଉପସ୍ଥିତିକୁ ଓଡିଶାର ଅଗ୍ରଗତିରେ ନିୟୋଜିତ କରିବା ସହ ସେମାନେ ସାମ୍ନା କରୁଥିବା ଅସୁବିଧାର ସମାଧାନ ପାଇଁ ଉଦ୍ୟମ କରିବ ।
7. ଏତତବ୍ୟତୀତ ନିର୍ଦ୍ଦେଶାଳୟ ନିମ୍ନଲିଖ କାର୍ଯ୍ୟ ସମ୍ପାଦନ କରିବ :
ଭାରତରେ ଏବଂ ବିଦେଶରେ ଓଡିଆ ସଙ୍ଗଠନଗୁଡିକୁ ତାଲିକାଭୁକ୍ତ କରିବା । ବ୍ୟକ୍ତିଗତ , ଆନୁଷ୍ଠାନିକ ତଥା ନାଗରିକ ସମାଜ ସ୍ତରରେ ପ୍ରବାସୀ ଓଡ଼ିଶାବାସୀଙ୍କ ସହଭାଗିତାରେ ଓଡିଆ ଭାଷା , ସଂସ୍କୃତି ଏବଂ ଐତିହ୍ୟ , ପର୍ଯ୍ୟଟନ , ହସ୍ତତନ୍ତ ଓ ହସ୍ତଶିଳ୍ପ ଏବଂ କ୍ରୀଡ଼ାର ପ୍ରୋତ୍ସାହନର ଉନ୍ନତି କରିବା ।
iv . ଓଡିଆ ସଂସ୍କୃତି ଓ ଐତିହ୍ୟର ବିକାଶରେ ସମ୍ପୃକ୍ତ ଅନୁଷ୍ଠାନଗୁଡିକୁ ତାଲିକାଭୁକ୍ତ କରିବା ।
v .
ଭାରତରେ ଏବଂ ବିଦେଶରେ ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ଜଗନ୍ନାଥ ମନ୍ଦିରଗୁଡ଼ିକୁ ତାଲିକାଭୁକ୍ତ କରିବା ।
vi . ଓଡିଆ ଐତିହ୍ୟର ପ୍ରସାର , ଉତ୍କଳ ଦିବସ ପାଳନ ତଥା ଓଡ଼ିଆ ବିଦ୍ଵାନ / ସୃଜନଶୀଳ ଲେଖକମାନଙ୍କୁ ନେଇ ବିଶ୍ବର ବିଭିନ୍ନ ପ୍ରାନ୍ତରେ ନିୟମିତ ବ୍ୟବଧାନରେ ଓଡିଆ ସମ୍ମିଳନୀର ଆୟୋଜନ କରିବା ।
କୃତୀଗୁଡିକୁ ବିଭିନ୍ନ
vii . ଓଡିଆ ଭାଷା ସାହିତ୍ୟରେ ଉତ୍କର୍ଷ ଲାଭ କରିଥିବା ଅନବଦ୍ୟ ଭାରତୀୟ ଏବଂ ଆନ୍ତର୍ଜାତୀୟ ଭାଷାରେ ଅନୁବାଦ କରିବା ।




